Latest Odisha News

ବିରୋଧ ସତ୍ତ୍ୱେ କୋଟିଆରେ ଆନ୍ଧ୍ରର ନିର୍ବାଚନ, ପ୍ରଶାସନ ମୁହାଁମୁହିଁ

କୋରାପୁଟ: ପୁଣି କୋରାପୁଟ କୋଟିଆରେ ପଶି ଆନ୍ଧ୍ର ଦାଦାଗିରି କରିଛି । ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ଆଜି ନିର୍ବାଚନ କରୁଛି । ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆପତ୍ତି ଉଠାଇଛି । କୋଟିଆର ନେରିଡିୱାଲାସରେ ଆନ୍ଧ୍ର ପୋଲିଂ ବୁଥ୍ କରିଛି । ଏଥିରେ କୋଟିଆ ଅଞ୍ଚଳର ୫ରୁ ୭ ଜଣ ଭୋଟ୍ ଦେଇଛନ୍ତି । ତେବେ ତଳ ଗଞ୍ଜେଇପଦର, ଉପରସେଣ୍ଡି ଓ ଧୂଳପଦର ଲୋକ ଏଯାଏଁ ଭୋଟ୍ ଦେଇନାହାଁନ୍ତି ।

ଭୋଟ୍ ବେଳେ ପୋଲିସ-କୋଟିଆବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । କୋଟିଆବାସୀ ଭୋଟ୍ ଦେବାକୁ ଯିବାବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କୋରାପୁଟ ଜିଲ୍ଲା ପ୍ରଶାସନର ୧୪୪ ଧାରା ସତ୍ତ୍ୱେ ଭୋଟ୍ ଦେବାକୁ ଯାଇଛନ୍ତି କୋଟିଆବାସୀ ।

ଅନ୍ୟପକ୍ଷେ ଏନେଇ ଉଭୟ ରାଜ୍ୟର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି । କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ କୋଟିଆରେ କୋରାପୁଟ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି । ଏହା ସତ୍ତ୍ୱେ ଆନ୍ଧ୍ର କୋଟିଆରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଲାଗି ଭୋଟ୍ ଗ୍ରହଣ କରୁଛି ।

Leave A Reply

Your email address will not be published.