Latest Odisha News

BREAKING NEWS

ବାଲେଶ୍ୱରରେ ଡବଲ ମର୍ଡର, ହତ୍ୟାପରେ ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ସ୍ୱାମୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଅନ୍ୟ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ମଙ୍ଗଳବାର ଦିନ ଅଭିଯୁକ୍ତ ସ୍ୱାମୀ ଜଣକ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।

ମୃତ ମହିଳାଙ୍କ ନାମ ଲକ୍ଷ୍ମୀପ୍ରିୟା ସାହୁ ଏବଂ ଅନ୍ୟ ଜଣେ ମୃତକଙ୍କ ନାମ ପ୍ରଦୀପ କୁମାର ଦେ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଆତ୍ମସମର୍ପଣ କରିଥିବା ବ୍ୟକ୍ତି ଓ ତାଙ୍କ ପତ୍ନୀ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଦୁର୍ଗାଦେବୀ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେମାନେ ସହଦେବଖୁଣ୍ଟସ୍ଥିତ ବ୍ୟାଙ୍କ କଲୋନୀରେ ଭଡାରେ ରହୁଥିଲେ ।

ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ କୌଣସି କାମ କରୁନଥିବାବେଳେ ସେ ଏକ ପ୍ରାଇଭେଟ୍ କମ୍ପାନୀରେ କାର୍ଯ୍ୟରତ ଥିଲେ ।

ଲକ୍ଷ୍ମୀପ୍ରିୟାଙ୍କ ପ୍ରେମ ସମ୍ପର୍କ ରହିଥିବା ନେଇ ସେ ସନ୍ଦେହ କରୁଥିଲେ । ଫଳରେ ଏନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା ।

ଘଟଣାଦିନ କୈଳାଶ ନିଜ ଘରେ ପତ୍ନୀଙ୍କ ସହ ଉକ୍ତ ଯୁବକକୁ ଦେଖି ହଠାତ୍ ଉତକ୍ଷିପ୍ତ ହୋଇ ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ ।

ହତ୍ୟା ପରେ ଅଭିଯୁକ୍ତ ଜଣଙ୍କ ଏସମ୍ପର୍କରେ ନିଜ ଶ୍ୱଶୁର ଘରକୁ ଫୋନ୍ କରି ଜଣାଇଥିଲେ ଏବଂ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

ତେବେ ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋଲିସ ପଚରାଉଚରା ଜାରି ରଖିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.