କିଛି ଦିନର ନିରବତା ପରେ ପୁଣି ଛତିଶଗଡ଼ ପୋଲିସକୁ ମିଳିଲା ସଫଳତା । ଦାନ୍ତେୱାଡା ଜିଲ୍ଲା ଅନ୍ତର୍ଗତ ଗାଦାମ ଓ ଜଙ୍ଗମପାଲ ଜଙ୍ଗଲରେ କାଟ କଲ୍ୟାଣ ଏରିଆ କମିଟିର ମାଓବାଦୀଙ୍କ ସହ ପୋଲିସର ମୁହାଁ ମୁହିଁ । ଜଣେ ମାଓବାଦୀ ମୃତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାର ଗାଦାମ ଅଞ୍ଚଳର ଜଙ୍ଗମପାଲ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ।
ଏହା ପରେ ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲଭଙ୍କ ନେତୃତ୍ୱରେ ଡିଆରଜି ବାହିନୀର ଯବାନ ମାନେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କ ଆସିବା ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିବାରୁ ଯବାନ ମାନେ ପାଲଟା ଆକ୍ରମଣ କରିଥିଲେ ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଉଭୟ ପକ୍ଷର ଗୁଳି ବିନିମୟ ହେବା ପରେ ଜଣେ ହାଡକୋର ମାଓବାଦୀ ପ୍ରାଣ ହରାଇଥିଲେ। ମୃତ ନକ୍ସଲ ହେଲେ ବେଟ୍ଟି ହୁଙ୍ଗା ଓ ତାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୁର୍ବରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଗାଦାମ ଜଙ୍ଗଲ ଭିତରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗ କୁ ସୁଚନା ମିଳିଥିଲା । ଏହା ପରେ ଡିଆରଜି ବାହିନୀ ପକ୍ଷରୁ କୁମିଂ ଅପରେସନ ଆରମ୍ଭ ହୋଇଥିଲା । ଘଟଣା ସ୍ଥଳରୁ ଦୁଇଟି ଲ୍ୟାଣ୍ଡମାଇନ୍ ଓ ଗୋଟିଏ ପିସ୍ତଲ ସହ କିଛି ଅଫୁଟା ଗୁଳି ଜବତ ହୋଇଥିବା ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲବ ଜଣାଇଛନ୍ତି ।
BREAKING NEWS
- ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…
- Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
- କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
- ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍
- Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ଫେରୁଛି ‘ସୁପର୍ ସିକ୍ସ’ ରୋମାଞ୍ଚ: ୨୪ ବର୍ଷ ପରେ ଆଫ୍ରିକା ମାଟିରେ ଖେଳାଯିବ କ୍ରିକେଟ୍ ବିଶ୍ୱକପ୍, ଦେଖିବାକୁ ମିଳିବ ନୂଆ ଅନ୍ଦାଜ
- ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା: ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି
- ରାମ ଗୋପାଳ ବର୍ମା ଏବଂ ଉର୍ମିଳା ଗୁପ୍ତ ଭାବରେ ମନ୍ଦିରରେ କରିଥିଲେ ବିବାହ! କାହିଁକି ପଡିଲା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ?
- ଚାଉଳ ଗାଡ଼ିରେ ଚାଲିଥିବା ଗଞ୍ଜେଇ ଚାଲାଣକୁ ଧରିଲା ଏସଟିଏଫ୍, ଜଣେ ଅଭିଯୁକ୍ତ ଗିରଫ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା:ପ୍ରଧାନଶିକ୍ଷକ ନିଲମ୍ବିତ
Comments are closed.