କିଛି ଦିନର ନିରବତା ପରେ ପୁଣି ଛତିଶଗଡ଼ ପୋଲିସକୁ ମିଳିଲା ସଫଳତା । ଦାନ୍ତେୱାଡା ଜିଲ୍ଲା ଅନ୍ତର୍ଗତ ଗାଦାମ ଓ ଜଙ୍ଗମପାଲ ଜଙ୍ଗଲରେ କାଟ କଲ୍ୟାଣ ଏରିଆ କମିଟିର ମାଓବାଦୀଙ୍କ ସହ ପୋଲିସର ମୁହାଁ ମୁହିଁ । ଜଣେ ମାଓବାଦୀ ମୃତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାର ଗାଦାମ ଅଞ୍ଚଳର ଜଙ୍ଗମପାଲ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ।ଏହା ପରେ ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲଭଙ୍କ ନେତୃତ୍ୱରେ ଡିଆରଜି ବାହିନୀର ଯବାନ ମାନେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କ ଆସିବା ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିବାରୁ ଯବାନ ମାନେ ପାଲଟା ଆକ୍ରମଣ କରିଥିଲେ ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଉଭୟ ପକ୍ଷର ଗୁଳି ବିନିମୟ ହେବା ପରେ ଜଣେ ହାଡକୋର ମାଓବାଦୀ ପ୍ରାଣ ହରାଇଥିଲେ। ମୃତ ନକ୍ସଲ ହେଲେ ବେଟ୍ଟି ହୁଙ୍ଗା ଓ ତାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୁର୍ବରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଗାଦାମ ଜଙ୍ଗଲ ଭିତରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗ କୁ ସୁଚନା ମିଳିଥିଲା । ଏହା ପରେ ଡିଆରଜି ବାହିନୀ ପକ୍ଷରୁ କୁମିଂ ଅପରେସନ ଆରମ୍ଭ ହୋଇଥିଲା । ଘଟଣା ସ୍ଥଳରୁ ଦୁଇଟି ଲ୍ୟାଣ୍ଡମାଇନ୍ ଓ ଗୋଟିଏ ପିସ୍ତଲ ସହ କିଛି ଅଫୁଟା ଗୁଳି ଜବତ ହୋଇଥିବା ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲବ ଜଣାଇଛନ୍ତି ।
BREAKING NEWS
- ଧାର୍ଯ୍ୟ ହେଲା ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ସୀମା: ବାଇକ ପାଇଁ ୨୦୦, କାର ପାଇଁ ୫୦୦ ଟଙ୍କା
- ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ
- ଆଜି ରାୟଗଡ଼ା ଆସିବେନି ରାହୁଲ, ରାୟବରେଲିରେ ନାମାଙ୍କନ ଦାଖଲ ଯୋଗୁଁ ଓଡ଼ିଶା ଗସ୍ତ ବାତିଲ
- ରାୟବରେଲୀରୁ ଲଢ଼ିବେ ରାହୁଲ, ଆମେଠିରୁ ପ୍ରାର୍ଥୀ ହେଲେ କିଶୋରୀଲାଲ ଶର୍ମା
- ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, ପ୍ରଚାରରେ କମ୍ପବ ମୈଦାନ
- ଆସନ୍ତାକାଲିଠୁ ତାତିରେ ବ୍ରେକ୍, ୧୦ ଯାଏ ପ୍ରବଳ ବର୍ଷା
- ଗାଡ଼ି ଯାଞ୍ଚ ସମୟରେ ସାଢ଼େ ସାତ ଲକ୍ଷ ଟଙ୍କା ଜବତ, ଜଣେ ଅଟକ
- ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ୭୫୦୦୦ ବର୍ଷ ତଳର ମହିଳାଙ୍କ କୃତ୍ରିମ ଚେହେରା ପ୍ରସ୍ତୁତ କଲେ ଗବେଷକ
- ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା