Latest Odisha News

BREAKING NEWS

ଭାରତକୁ ମିଳିପାରେ ଆଉ ୫ଟି କରୋନା ଟିକା

ନୂଆଦିଲ୍ଲୀ : କରୋନା ଟିକାର ଅଭାବକୁ ନେଇ ପ୍ରଶ୍ନ ଉଠିଥିବା ବେଳେ, ଭାରତକୁ ମିଳିପାରେ ଆଉ ୫ଟି ଭ୍ୟାକ୍ସିନ । ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଭାରତକୁ ଆଉ ୫ଟି କରୋନା ଭ୍ୟାକ୍ସିନ ମିଳିବାର ସମ୍ଭାବନା ରହିଛି । ଏହି ଭ୍ୟାକ୍ସିନ ମିଳିବା ଦ୍ବାରା କରୋନା ଟିକାର ଅଭାବକୁ ପୂରଣ କରାଯାଇପାରିବ ।

ଦେଶରେ ବର୍ତ୍ତମାନ କରୋନା ଭାଇରସ୍‌ ପାଇଁ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି । ଏହି ଦୁଇଟି ଟିକାର ପ୍ରସ୍ତୁତି ଭାରତରେ ହେଉଛି । ମିଳିବାକୁ ଥିବା ଏହି ପାଞ୍ଚଟି ଟିକା ମଧ୍ୟରେ ରହିଛି ସ୍ପୁଟନିକ ଭି, ଜନସନ ଆଣ୍ଡ ଜନସନ ଭାକ୍ସିନ, ନୋଭାକ୍ସ ଭାକ୍ସିନ, ଜାଇଡସ କାଡିଲା ଓ ଭାରତ ବାୟୋଟେକର ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ । ଏହିସବୁ ଟିକାର ପ୍ରାଥମିକ ପରୀକ୍ଷଣ ପରେ ସ୍ପୁଟନିକ୍ ଭି ଟିକାକୁ ଆସନ୍ତା ୧୦ ଦିନ ମଧ୍ୟରେ ଭାରତ ସରକାର ଅନୁମତି ଦେଇପାରନ୍ତି ।

Leave A Reply

Your email address will not be published.