କାକଟପୁର:ବନ ବିଭାଗର ଅବହେଳା, ଅସ୍ତରଙ୍ଗ ଜାହାନିଆ ହାଚେରୀ ରେ ବହୁ ସଂଖ୍ୟକ ଅଲିଭ ରିଡ଼ଲେ କଁଇଛ ଶାବକ ମୃତ । କାକଟପୁର ଅସ୍ତରଙ୍ଗ ବନାଞ୍ଚଳ ଅଧୀନ ପୀର ଜାହାନିଆ ଠାରେ ଥିବା ହାଚେରୀରେ ଶତାଧିକ ଅଲିଭ ରିଡ଼ଲେ କଁଇଛ ଶାବକଙ୍କ ମୃତ୍ୟୁ ହୋଇଛି । କେମିତି ଏବଂ କେଉଁ କାରଣରୁ ଏତେ ସଂଖ୍ୟକ ଶାବକ ମୃତ୍ୟୁ ବରଣ କଲେ ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି। ରାଜ୍ୟ ସରକାର କଁଇଛ ମାନଙ୍କ ସୁରକ୍ଷା, ସୁରକ୍ଷିତ ଅଣ୍ଡା ଦାନ ଏବଂ ହାଚେରୀ ମଧ୍ୟରେ ସେହି ଅଣ୍ଡାକୁ ରଖି ସେଥିରୁ ଛୁଆ ଫୁଟିବା ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଡା ପଦକ୍ଷେପ ମାନ ନେଇ ଥିଲେ । ହେଲେ ମଧ୍ୟ ଏମିତି ଅଭାନୀୟ ଘଟଣା ଦେଖିବାକୁ ମିଳିଛି।ଋଷିକୂଲ୍ୟା, ଗହୀରମଥା, ପରେ ଅସ୍ତରଙ୍ଗ ଅଣ୍ଡାଦାନ ସ୍ଥଳୀ ଅଟେ। ସାଧାରଣତଃ ରାତିରେ କିମ୍ବା ଭୋର ସମୟରେ ଅଣ୍ଡାରୁ ଛୁଆ ମାନେ ବାହାରି ଥାନ୍ତି କିନ୍ତୁ ରବିବାର ପ୍ରଥମ ଥର ଦିନ ୧୦ଟାରେ ଗୋଟିଏ ଛୁଆ ଫୁଟିଥିଲା ତାକୁ କର୍ମଚାରୀ ମାନେ ନେଇ ସମୁଦ୍ରରେ ଛାଡିଥିଲେ ।
ପରେ ପରେ ଗୋଟିଏ ପରେ ଗୋଟିଏ ଅଣ୍ଡା ଫୁଟିଥିବା ବେଳେ ବନ କର୍ମଚାରୀ ମାନେ ଛୁଆ ମାନଙ୍କୁ ନେଇ ସମୁଦ୍ରରେ ଛାଡ଼ିବା ପାଇଁ ଉପସ୍ଥିତ ନଥିଲେ ଯାହାଫଳରେ ଖରାର ଉତ୍ତାପରେ ବାଲି ଗୁଡିକ ଅତ୍ୟଧିକ ଭାବରେ ତାତିଯାଇଥିବା କାରଣରୁ କଇଁଚ ଶାବକ ଗୁଡିକ ଛଟପଟ ହୋଇ ମରିଯାଇଥିବା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ପରିବେଶବିତ ଓ ଜୀବ ସୁରକ୍ଷା କର୍ମୀ ମାନଙ୍କୁ ଗଭୀର ଆଘାତ ଦେଇଛି. ପ୍ରତ୍ୟେକ ଦିନ ଅସ୍ତରଙ୍ଗ ବନାଞ୍ଚଳ ଅଧୀନରେ କରାଯାଇଥିବା ଏକାଧିକ ହାଚେରିରୁ ଏହିଭଳି ଭାବରେ କଇଁଛ ଶାବକ ମାନଙ୍କ ମୃତ୍ୟୁ ହେଉଥିବା ଜଣାପଡିଛି ।
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

Comments are closed.