ଭୁବନେଶ୍ବର : ରାଜ୍ୟରେ କରୋନାକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଆଜି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୪୮ ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୩୨ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ୧୧୬ ରହିଛି । ସେହିପରି ବିଏମସି ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି ୫୪ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।
କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୩୨ ଜଣଙ୍କ ମଧ୍ୟରେ ଅଶୋକନଗର, କଳିଙ୍ଗବିହାର, ନିଳାଦ୍ରୀବିହାର, ସହିଦନଗର, ଭରତପୁର, ଖଣ୍ଡଗିରି, ଓଲ୍ଡ ଟାଉନ୍, ଶାସ୍ତ୍ରୀନଗର, ବିଜେବି ନଗର, ନୟାପଲ୍ଲୀ, ପଟିଆ, ସୂର୍ଯ୍ୟନଗର, ହାଇଟେକ୍, ପୋଖରୀପୁଟ, ଟଙ୍କପାଣି ରୋଡ୍, ଝାରପଡ଼ା, ସମ୍ ହସପିଟାଲ ଅଞ୍ଚଳ ଓ ରସୁଲଗଡ଼ରୁ ଆକ୍ରାନ୍ତ ଅଛନ୍ତି ।
ସେହିପରି ଆଇଗଣିଆ, ଡମଣା, ମଞ୍ଚେଶ୍ବର, ରସୁଗଲଗଡ଼, ବାପୁଜୀନଗର, ଡୁମଡୁମା, ନୟାପଲ୍ଲୀ, ଖଣ୍ଡଗିରି, ପୋଖରୀପୁଟ, ସତ୍ୟବିହାର, ଭିମଟାଙ୍ଗି, ଜାଗମରା, ପଟିଆ, ସୁନ୍ଦରପଦା, ବିଜେବିନଗର, ଜୟଦେବ ବିହର, ପାତ୍ରପଡ଼ା, ଟଙ୍କପାଣି ରୋଡ୍, ଚନ୍ଦ୍ରଶେଖରପୁର, କଳିଙ୍ଗ ନଗର, ବାଣୀବିହାର, ୟୁନିଟ୍ ୧, କଳ୍ପନା, ଲକ୍ଷ୍ମୀବିହାରରୁ ସ୍ଥାନୀୟ ସଂକ୍ରମଣ ଭାବେ ୧୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Comments are closed.