Latest Odisha News

BREAKING NEWS

ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ଉପରେ ୨ ଜିଲ୍ଲା

ଭୁବନେଶ୍ବର : କିଛି ଦିନର ଗ୍ରୀଷ୍ମ ପ୍ରବାହ ପରେ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । କେବଳ ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାରେ ତାପମାତ୍ର ୪୦ ଡିଗ୍ରୀ ଥିବା ବେଳେ, ବାକି ସହରମାନଙ୍କ ତାପମାତ୍ରା ହ୍ରାସ ପାଇଛି ।

ଆଜି ବାଲେଶ୍ବରରେ ତାପମାତ୍ରା ୩୪.୬ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୧, କଟକରେ ୩୭.୨, ପାରାଦୀପରେ ୩୧.୯, ଭୁବନେଶ୍ବବରରେ ୩୮.୪, ଗୋପାଳପୁରରେ ୩୨.୩, ପୁରୀରେ ୩୨.୬, ଅନୁଗୁଳରେ ୩୮.୭, ବାରିପଦାରେ ୩୮.୨, କେନ୍ଦୁଝରରେ ୩୫.୪, ସମ୍ବଲପୁରରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ସୁନ୍ଦରଗଡ଼ରେ ୩୮.୫, ହୀରାକୁଦରେ ୩୮.୬, ତାଳଚେର ଓ ଭବାନୀପାଟଣାରେ ୩୮.୫, ବଲାଙ୍ଗିରରେ ୩୯.୩, କୋରାପୁଟରେ ୩୩, ଟିଟିଲାଗଡ଼ରେ ୩୯.୬, ମାଲକାନଗିରିରେ ୩୮.୫, ସୋନପୁରରେ ୩୮.୩, ନୟାଗଡ଼ରେ ୩୮.୫, ଛତ୍ରପୁରରେ ୩୩.୫, ପାରଳାଖେମୁଣ୍ଡିରେ ୩୬ ଓ ରାୟଗଡ଼ାରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.