Latest Odisha News

କରୋନାରୁ ମୁକ୍ତ ହେଲେ ଅକ୍ଷୟ କୁମାର, ରିପୋର୍ଟ ଆସିଲା ନେଗେଟିଭ୍, ଡିସ୍ଚାର୍ଜ ହୋଇ ଫେରିଲେ ଘରକୁ

ମୁମ୍ବାଇ : ସୁସ୍ଥ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି । ସୁସ୍ଥ ହେବା ପରେ ଆଜି ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ସେ ଘରକୁ ଫେରିଛନ୍ତି । ଏନେଇ ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୂଚନା ଦେଇଛନ୍ତି । ଟ୍ବିଙ୍କଲ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଅକ୍ଷୟ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କୁ ଘରେ ଦେଖି ଆମେ ସମସ୍ତେ ବହୁତ ଖୁସି । 
କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଗତ ରବିବାର ଡ.ଏଚ.ଏଲ.ହିରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଖିଲାଡି ବୟ ଅକ୍ଷୟ କୁମାର । ଏନେଇ ସେ ଟ୍ବିଟ୍ କରି ସୂଚନା ଦେଇଥିଲେ । 
Leave A Reply

Your email address will not be published.