ବାଲେଶ୍ୱର: ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ତାଙ୍କ ସହ 5T ସଚିବ ଭି. କେ. ପାଣ୍ଡିଆନ୍ ଓ ପୂର୍ତ୍ତ ସଚିବ କ୍ରିଷନ କୁମାର ମଧ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ବାଲେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ କାମ ସମୀକ୍ଷା କରିଛନ୍ତି । ବାଲେଶ୍ୱର ସହରର ବିକାଶର ନକ୍ସା ଦେଖିଛନ୍ତି ବରିଷ୍ଠ ଅଧିକାରୀ । ତାମୂଳିଆ କୁରୁଡ଼ା ଓଭର ବ୍ରିଜ ଓ ରାସ୍ତା ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି । ବସଷ୍ଟାଣ୍ଡ ଉନ୍ନତିକରଣ ଓ ରେମୁଣା ଗୋଲେଇ ଯାଏ ଆଲୋକୀକରଣ ନେଇ ସମୀକ୍ଷା ହୋଇଛି ।
ବାଲେଶ୍ୱର ସହର ଓ ଆଖପାଖ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ମୁଖ୍ୟ ସଚିବ ଓ 5T ସଚିବ । ଏହାସହ କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲକୁ ଯାଇଥିଲେ । ସେଠାରେ କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।
ଏହାପରେ ମୁଖ୍ୟ ସଚିବ କହିଛନ୍ତି, ମେଡିକାଲ କଲେଜ ଓ ମୁଖ୍ୟ ଚିକିତ୍ସାଳୟର ଆବଶ୍ୟକତା ପରଖିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱର ଗସ୍ତର ବିସ୍ତୃତ ରିପୋର୍ଟ ଦିଆଯିବ । ତାଙ୍କ ନିର୍ଦେଶରେ ଆବଶ୍ୟକ ଉନ୍ନତିମୂଳକ କାମ ହେବ ।
BREAKING NEWS
- ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍ ପରେ ବାହାର କଲେ ଏମ୍ସ ଡାକ୍ତର
- ବିଜ୍ଞାପନ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ; ଦାୟୀ ରହିବେ ସେଲିବ୍ରିଟି ଓ ଇନଫ୍ଲୁଏନ୍ସସର
- ‘୧୦ ବର୍ଷରେ ୨୨ ଲୋକଙ୍କୁ ଅରବପତି କରିଛନ୍ତି ମୋଦି, ଆମେ କୋଟିଏ ଲୋକଙ୍କୁ ଲକ୍ଷପତି କରିବୁ’
- ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ସାମାୟା ମାଡକାମ
- ବିଦ୍ରୋହ… ବିପଦରେ ବିଜେଡି ଗଡ !
- ନିଟ୍ ପ୍ରବେଶିକା ପରୀକ୍ଷାରେ ଜାଲିଆତି ଘଟଣା, ନକଲି ପରୀକ୍ଷାର୍ଥୀ ସମେତ ୩ ଗିରଫ
- କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ ଷଡଙ୍ଗୀ
- ବିଜେପିର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ କହି ବର୍ଷିଲା ବିଜେଡି
- ନିର୍ବାଚନ ପ୍ରଚାର ପାଇଁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା
- ‘ସନାତନ ବିରୋଧୀ ଜାଣି କଂଗ୍ରେସ ଛାଡିଥିଲି, ଆଜି ବିଜେପିରେ ଯୋଗଦେଲି’