Latest Odisha News

BREAKING NEWS

୪୦ ଡିଗ୍ରୀ ଉପରେ ୫ ସହର, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରେ ଜାରି ରହିଛି ତାତି । ପାରଦ ବଢ଼ୁଥିବା ବେଳେ, ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର । ତେବେ ୪୧.୨ ଡିଗ୍ରୀ ସହ ଝାରସୁଗୁଡ଼ାରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ ।

BjdElectrycity

ଆଜି ବାଲେଶ୍ବରରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୪, କଟକରେ ୩୮.୫, ପାରାଦୀପରେ ୩୧.୮, ଭୁବନେଶ୍ବରରେ ୩୯.୬, ଗୋପାଳପୁର ୩୩, ପୁରୀ ୩୨.୮, ଅନୁଗୁଳ ୪୦.୧, ବାରିପଦା ୩୯.୬, କେନ୍ଦୁଝର ୩୭, ସମ୍ବଲପୁର ୪୦.୮, ସୁନ୍ଦରଗଡ଼ ୩୮, ହୀରାକୁଦ ୪୦.୬, ତାଳଚେରରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୩୮.୫, କୋରାପୁଟରେ ୩୪.୫, ଟିଟିଲାଗଡ଼ ଓ ମାଲକାନଗିରିରେ ୩୯, ସୋନପୁରରେ ୩୯.୬, ନୟାଗଡ଼ରେ ୩୯, ବୌଦ୍ଧରେ ୪୦, ଛତ୍ରପୁରରେ ୩୪, ପାରଳାଖେମୁଣ୍ଡିରେ ୩୬ ଓ ରାୟଗଡ଼ାରେ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି ।

Leave A Reply

Your email address will not be published.