Latest Odisha News

BREAKING NEWS

ଏହି ଦିନ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ କରିବ ମୁଭି ‘ସାଇନା’

ମୁମ୍ବାଇ: ମାର୍ଚ୍ଚ ୨୬ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ପରିଣୀତି ଚୋପ୍ରାଙ୍କ ‘ସାଇନା’ ଫିଲ୍ମ ଖୁବ ଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ରିଲିଜ କରିବ। ଭାରତୀୟ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ସାଇନା ନେହୱାଲଙ୍କ ବାୟୋପିକ୍ ଏପ୍ରିଲ୍ ୨୩ ରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରରେ ପରିଣୀତି ଚୋପ୍ରା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଯେଉଁଥିପାଇଁ ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ବେଶ୍‌ ପ୍ରଶଂସା ମଧ୍ୟ କରିଥିଲେ।

ଆମୋଲ ଗୁପ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସାଇନାଙ୍କ ପିଲାଦିନ, ବ୍ୟାଡମିଣ୍ଟନ ପ୍ରତି ତାଙ୍କର ଆଗ୍ରହ ଏବଂ ହରିୟାଣା ଠାରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ତାଙ୍କ ଯାତ୍ରାକୁ ଦର୍ଶାଯାଇଛି। ଯେଉଁଠାରେ ସେ ତାଙ୍କ ଜୀବନ ବଦଳାଇଥିବା ପ୍ରଶିକ୍ଷକଙ୍କୁ ଭେଟିଥିଲେ। କାହାଣୀରେ ତାଙ୍କର ସଂଘର୍ଷ ଏବଂ ସଫଳତା ଏବଂ କ୍ରୀଡା ଜଗତରେ ତାଙ୍କର ଯାତ୍ରା ବିଷୟରେ ବର୍ଣ୍ଣନା କରାଯାଇଛି।

Comments are closed.