Latest Odisha News

BREAKING NEWS

ସ୍ବେରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : କଟକ ସହରରେ ସ୍ବେରେଜରେ କାମ ସମୟରେ ୨ ଜଣ ଶ୍ରମିକ ପ୍ରାଣ ହରାଇବା ଓ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ । ଘଟଣାରେ PHEOର Executive Engineer ତଥା watco GM ସୁଶାନ୍ତ ଘଡେଇ, ଏସଡିଓ ତଥା ଓ୍ବାଟକୋ ଜିଏମ୍ ସୁବାସ ରାଉତଙ୍କୁ ବଦଳି କରଯାଇଛି । ଏଥିସହ ଜୁନିଅର ଇଞ୍ଜିନିୟର ପ୍ରଦ୍ୟୋତ କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ସର୍ଭିସ ପ୍ରୋଭାଇଡର ଦୀପକ ନାୟକଙ୍କ ବିରୋଧରେ ସିଏମସି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଆହତ ହୋଇ ଚିକିତ୍ସିତ ହେଉଥିବା ଜଣଙ୍କ ଲାଗି ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଗତକାଲି ସ୍ବେରେଜରେ କାମ କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟଜଣେ ଗୁରୁତର ହୋଇଥିଲେ ।

Leave A Reply

Your email address will not be published.