Latest Odisha News

BREAKING NEWS

କୋଭିଡ୍ ମୁକ୍ତ ନହେବା ଯାଏ ହାଇଦରକୁ ରିମାଣ୍ଡରେ ନେବ ନାହିଁ କମିଶନରେଟ ପୋଲିସ

କଟକ: ଆଜିଠୁ ରିମାଣ୍ଡରେ ଯିବ ନାହିଁ ଗ୍ୟାଙ୍ଗଷ୍ଟର ହାଇଦର । ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ରିମାଣ୍ଡ କାର୍ୟ୍ୟକାରୀ ହେବ ନାହିଁ । ସଂକ୍ରମଣ ମୁକ୍ତ ନହେବା ଯାଏ ରିମାଣ୍ଡରେ ନେବ ନାହିଁ କମିଶନରେଟ ପୋଲିସ । ହାଇଦରର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ପ୍ରଥମେ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ପରେ ଆରଟିପିସିଆର ରିପୋର୍ଟ ଆସିଛି ପଜିଟିଭ୍ । ଏବେ ଚୌଦ୍ୱାର ଜେଲର ଆଇସୋଲେସନରେ ରହିଛି ହାଇଦର । ତାକୁ ଧରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ବି ଆଇସୋଲେସନକୁ ଯାଇଛନ୍ତି ।

ଆଜି ସକାଳ ୭ଟାରୁ ହାଇଦର ରିମାଣ୍ଡ ଅବଧି ଆରମ୍ଭ ହେଉଥିଲା । ତାକୁ ୭ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଥିଲେ । ସଂକ୍ରମଣ ମୁକ୍ତ ହେବା ପରେ ତାକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଫେରାର ଷଡ଼ଯନ୍ତ୍ରର ଗୋଟି ଗୋଟି ସତ ହାଇଦର ମୁହଁରୁ ବାହାର କରିବ । କେମିତି ଫେରାର୍ ହେଲା ? କିଭଳି ଓଡ଼ିଶା ଛାଡ଼ି ଭାୟା ଆନ୍ଧ୍ର ଦେଇ ପଳାଇଥିଲା ତେଲେଙ୍ଗାନା ? କେଉଁମାନେ ସହଯୋଗ କରିଥିଲେ ? କିଭଳି ହୋଇଥିଲା ଷଡ଼ଯନ୍ତ୍ର ? ପରିବାରରୁ କେହି ସାମିଲ ଥିଲେ କି ? ଏସବୁ ପ୍ରଶ୍ନର ଉତ୍ତର ବାହାର କରିବ କଟକ କମିଶନରେଟ ପୋଲିସ ।

Leave A Reply

Your email address will not be published.