Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ଭୋଟ୍, ୪୫ ଆସନ ପାଇଁ ଚାଲିଛି ଭୋଟିଂ

କୋଲକାତା: କରୋନା ସଂକଟ ମଧ୍ୟରେ ପଶ୍ଚିମବଙ୍ଗରେ ଚାଲିଛି ମତଦାନ । ପଞ୍ଚମ ପର୍ଯ୍ୟାୟରେ ଆଜି ୪୫ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବୁଥର ୨୦୦ ମିଟର ପରିଧିରେ ଲାଗୁ ହୋଇଛି ୧୪୪ ଧାରା । ୪୫ ଆସନରେ ୩୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଉତ୍ତର ୨୪ ପ୍ରଗଣାର ୪୫ଟି ଆସନ ସହ ପୂର୍ବ ବର୍ଦ୍ଧମାନର , ଜଲପାଇଗୁଡ଼ି, ଦାର୍ଜିଲିଂ ଓ କାଳିମ୍ପ୍ୟୋଗ ଜିଲ୍ଲାରେ ଭୋଟ୍ ହେଉଛି । ଅନ୍ୟପଟେ ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଆଗକୁ ହେବାକୁ ଥିବା ୩ଟି ପର୍ଯ୍ୟାୟ ଭୋଟ୍ ପ୍ରଚାର ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଛନ୍ତି । ନୂତନ ନିର୍ଦ୍ଦେଶନାମା ଅନୁସାରେ କୌଣସି ଦଳ ସନ୍ଧ୍ୟା ୭ଟା ପରେ ପ୍ରଚାର କରିବେ ନାହିଁ ।

ଏଥିସହ ଭୋଟ୍ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ସରିବ । ପୂର୍ବରୁ ଭୋଟର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେଉଥିଲା । ଏଥିସହ ନିର୍ବାଚନ ରାଲିରେ କରୋନା ପ୍ରୋଟୋକଲ ମାନି ମାସ୍କ, ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି । ନିୟମ ଉଲ୍ଲଂଘନ କଲେ ଆୟୋଜନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବୀନୀ ଦେଇଛନ୍ତି ନିର୍ବାଚନ ଆୟୋଗ ।

Leave A Reply

Your email address will not be published.