Latest Odisha News

BREAKING NEWS

ଭେଟେରାନ୍ ତାମିଲ ଅଭିନେତା ବିବେକଙ୍କ ଦେହାନ୍ତ

ଚେନ୍ନାଇ: ତାମିଲ ଅଭିନେତା ବିବେକଙ୍କର ଶନିବାର ଚେନ୍ନାଇରେ ଦେହାନ୍ତ ହୋଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଖବର ଅନୁଯାୟୀ ଚେନ୍ନାଇ ଡାକ୍ତରଖାନାରେ ସକାଳ ୪:୪୫ରେ ହୃଦଘାତ ପରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତରଙ୍କ କହିବାନୁସାରେ, ତାଙ୍କ ଏଲଏଡି ଭାସଲରେ ୧୦୦% ବ୍ଲକେଜ୍ ହୋଇଯାଇଥିଲା।

ହାସ୍ୟ ଅଭିନେତା ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିବେକ ୨୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତେବେ ଶୁକ୍ରବାର ଦିନ ‘କାର୍ଡିଓଜେନିକ୍ ଶକ୍ ସହିତ ଆକ୍ୟୁଟ୍ କରୋନାରୀ ସିଣ୍ଡ୍ରୋମ’ ଦେଖାଯିବା ପରେ ବିବେକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏକ୍ସଟ୍ରାକୋରପୋରାଲ୍ ମେମ୍ବ୍ରେନ୍ ଅକ୍ସିଜେନସନ୍ ସପୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।

 

Comments are closed.