Latest Odisha News

ଆଜିଠୁ ଆରମ୍ଭ ହେଲା ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା

ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁକ୍ରବାର ଦିନ ସକାଳ ୧୦ଟା ୧୫ମିନିଟରେ ଆରମ୍ଭ ହୋଇଯାଇଛି ।

ଚଳିତ ବର୍ଷ ସାରା ଦେଶରେ ପରୀକ୍ଷା ଦେବା ପାଇଁ ପ୍ରାୟ ୧୨ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାରୁ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ରହିଛନ୍ତି।

ପ୍ରଥମ ଦିନରେ ଦ୍ୱାଦଶ ଶ୍ରେଣୀର ଧନ୍ଦାମୂଳକ ଶିକ୍ଷା ବିଭାଗର ୬ଟି ବିଷୟର ପରୀକ୍ଷା ରହିଛି। ସେହିପରି ପ୍ରମୁଖ ବିଷୟଗୁଡ଼ିକର ପରୀକ୍ଷା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଫେବ୍ରୁଆରି ୨୧ତାରିଖରୁ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।

ପରୀକ୍ଷାର୍ଥୀମାନେ ହଲକୁ ଯିବା ସମୟରେ ସାଙ୍ଗରେ କେବଳ କଲମ ଓ ଆଡମିଟ୍ କାର୍ଡ ସମେତ ସ୍କୁଲ ପରିଚୟପତ୍ର ସାଙ୍ଗରେ ନେଇ ହଲକୁ ଯାଇପାରିବେ। ଏଥିସହିତ ସିବିଏସଇ ରେଗୁଲାର ପରୀକ୍ଷାର୍ଥୀମାନଙ୍କ ପାଇଁ ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି ।

ଆହୁରି ମଧ୍ୟ ପରୀକ୍ଷାର୍ଥୀମାନେ ଫୋନ୍, ପର୍ସ, ୱାଲେଟ୍, କପି କିମ୍ବା କୌଣସି କାଗଜ ଟୁକୁଡା, ପୁରୁଣା ପ୍ରଶ୍ନପତ୍ର ଭଳି ସାମଗ୍ରୀ ହଲ୍ ମଧ୍ୟକୁ ନେବା ଉପରେ କଟକଣା ଜାରି କରାଯାଇଛି ।

ଯଦି କୌଣସି ପରୀକ୍ଷାର୍ଥୀଙ୍କ ଠାରୁ ଏଭଳି କୌଣସି ସାମଗ୍ରୀ ବା କପି ଧରାପଡେ, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Comments are closed.