Latest Odisha News

BREAKING NEWS

ସମ୍ବଲପୁରରୁ ୨ ଲକ୍ଷ ଟଙ୍କାର ଟିମ୍ବର ଜବତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଖେତରାଜପୁର ସ୍ଥିତ କମଲି ବଜାରରେ ସୋମବାର ଦିନ ବେଆଇନ ଭାବେ କାର୍ଯ୍ୟ କରୁଥିବା ଏକ ସ’ ମିଲ୍ ଉପରେ ପୋଲିସ ଚଢାଉ କରିଛି।

ଏହି ଚଢାଉ ସମୟରେ ୨ ଲକ୍ଷ ଟଙ୍କା ମୂଲ୍ୟର ୫.୮୮ ସିଫ୍ଟ କାଠ ସହିତ କିଛି ମିଲ୍ ଉପକରଣ ଜବତ କରାଯାଇଛି।

ସମ୍ବଲପୁର ବନ ବିଭାଗର ଟାଉନ ରେଞ୍ଜ ଅଧୀନରେ ଏସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା।

ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଫରେଷ୍ଟ ୟୁନିଟ୍ ଓ ସମ୍ବଲପୁର ଫରେଷ୍ଟ ଡିଭିଜନର ସ୍ଥାନୀୟ ବନ କର୍ମଚାରୀଙ୍କ ମିଳିତ ସହାୟତାରେ ରେଡ୍ କରାଯାଇଥିଲା।

Leave A Reply

Your email address will not be published.