Latest Odisha News

ତେଲେଙ୍ଗାନାରେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ

ତେଲେଙ୍ଗାନା: କୋଭିଡ-୧୯ ସଙ୍କଟ ଉପରେ ରାଜ୍ୟର ପ୍ରତିକ୍ରିୟାରେ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବାର ଗୋଟିଏ ଦିନ ପରେ ମଙ୍ଗଳବାର ଠାରୁ ତେଲେଙ୍ଗାନା ସରକାର ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି।

ତେଲେଙ୍ଗାନାରେ ନାଇଟ୍ କର୍ଫ୍ୟୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ସମୟରେ ଦ୍ୱିତୀୟ ତରଙ୍ଗରେ ରାଜ୍ୟ କୋଭିଡ୍-୧୦ ମାମଲାରେ ତୀବ୍ର ବୃଦ୍ଧି ଘଟୁଛି। ମଙ୍ଗଳବାର ଦିନ ତେଲେଙ୍ଗାନା ୫,୯୨୬ ତାଜା ମାମଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରିଛି।

ତେଲେଙ୍ଗାନାରେ ରାତ୍ରି କର୍ଫ୍ୟୁ ରାତି ୯ ଟାରୁ କାର୍ଯ୍ୟକାରୀ ହେବ ଏବଂ ସକାଳ ୫ ଟାରେ ଶେଷ ହେବ। ମଙ୍ଗଳବାର ଠାରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ।

Comments are closed.