Latest Odisha News

BREAKING NEWS

କରୋନାରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ମୁମ୍ବାଇ: କରୋନା ଯୋଗୁ ମୁମ୍ବାଇର ଜଣେ ଡାକ୍ତର ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଫେସ୍‌ବୁକ୍‌ରେ ବିଦାୟ ନେବାର ଗୋଟିଏ ଦିନ ପରେ ଦୁନିଆରୁ ବିଦାୟ ନେଇଛନ୍ତି ଏହି ମହିଳା ଡାକ୍ତର।

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଉକ୍ତ ଡାକ୍ତର ଜଣକ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଏହା ହୁଏତ ତାଙ୍କ ଶେଷ ଶୁଭ ସକାଳ ହୋଇପାରେ। ମୁଁ ହୁଏତ ଆପଣଙ୍କୁ ଏହି ପ୍ଲାଟଫର୍ମରେ ଆଉ ଭେଟି ପାରିବି ନାହିଁ,” ଏହାର ଗୋଟିଏ ଦିନ ପରେ ସେୱରି ଟିବି ହସ୍ପିଟାଲର ୫୧ ବର୍ଷ ବୟସ୍କ ବରିଷ୍ଠ ଡାକ୍ତର ମନୀଷା ଯାଦବଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଭାରତୀୟ ମେଡିକାଲ ଆସୋସିଏସନ ଅନୁଯାୟୀ, ମହାରାଷ୍ଟ୍ରରେ ପ୍ରାୟ ୧୮,୦୦୦ ଡାକ୍ତର କୋଭିଡ ଆକ୍ରାନ୍ତ ହୋଇଥିବା ବେଳେ ୧୬୮ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.