ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ପାଞ୍ଚ ହଜାର ମୁହାଁ ହୋଇଛି । ଚଳିତ ମାସ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ପିକ୍ ଛୁଇଁପାରେ । ଆଜି ଏଭଳି ଚେତେଇ ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସଂସ୍ଥାର ଆକଳନରୁ ଏଭଳି ଅନୁମାନ କରାଯାଉଛି । ସେ କହିଛନ୍ତି, ସଂକ୍ରମଣ ବଢୁଥିବା ବେଳେ ମୁକାବିଲା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି ସରକାର ।
ଡିଏମଇଟି ଡାକ୍ତର ସିବିକେ ମହାନ୍ତି ସରକାରଙ୍କ ମୁକାବିଲା ପ୍ରସ୍ତୁତି ବାବଦେର ସୂଚନା ଦେଇ କହିଛନ୍ତି, ଅକ୍ସିଜେନ ଯଥେଷ୍ଟ ପରିମାଣର ଅଛି । ଗତଥର କରୋନା ପିକ୍ ସମୟରେ ଯେମିତି ଅକ୍ସିଜେନ ଦରକାର ଥିଲା ତାଠାରୁ ବି ବହୁତ ଅଧିକ ରହିଛି । ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି ।
ରାଜ୍ୟରେ ପର୍ଯ୍ୟାପ୍ତ ବେଡ୍, ଆଇସିୟୁ ରହିଛି । ୭୧ଟି କୋଭିଡ୍ ହସ୍ପିଟାଲ ରାଜ୍ୟରେ ଥିବା ବେଳେ ବର୍ତ୍ତମାନ ୩୧ଟି କାର୍ଯ୍ୟକ୍ଷମ ରହିଛି । ୨୬ ପ୍ରତିଶତ ବେଡ୍, ୧୪.୧୮ ପ୍ରତିଶତ ଆଇସିୟୁ, ୧୦ପ୍ରତିଶତ ଭେଣ୍ଟିଲଟର ବ୍ୟବହୃତ ହୋଇଛି । ଆଜି ରାଜ୍ୟରୁ ୪ହଜାର ୮୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Comments are closed.