Latest Odisha News

BREAKING NEWS

ଝୁଲିଲା ବ୍ୟାନର୍‌, ଲାଲ ବାହିନୀ ଟାର୍ଗେଟ୍‌ରେ କେନ୍ଦୁପତ୍ର ବ୍ୟବସାୟୀ !

ମାଲକାନଗିରି: ସାବଧାନ କେନ୍ଦୁପତ୍ର ବ୍ୟବସାୟୀ ! ଏବେ ତୁମ ପାଳି । ମାଓବାଦୀଙ୍କ ତରଫରୁ କେନ୍ଦୁପତ୍ର ବ୍ୟବସାୟୀଙ୍କୁ କିଛି ଏପରି ଧମକ ମିଳିଛି । ମାଲକାନଗିରି କୋରୁକଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଂଚାୟର ମୁଖ୍ୟ ରାସ୍ତାରେ ଧମକପୂର୍ନ ଲାଲରଙ୍ଗର ବ୍ୟାନର ଲଗାଇଛି ମାଓ ସଙ୍ଗଠନ ।

ପୂର୍ବରୁ ମାଓବାଦୀମାନେ ଠିକାଦାର ଓ ପୋଲିସକୁ ଟାର୍ଗଟ କରି ବ୍ୟାନର ଲଗାଉଥିଲେ । ହେଲେ ଏବେ କିନ୍ତୁ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ସିଧାସଳଖ ଟାର୍ଗଟ କରିଛି ଲାଲ୍ ସେନା । ଖାସ କରି ୩ ଦଫା ଦାବିକୁ ନେଇ ବ୍ୟାନର ଜରିଆରେ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ମିଳିଛି ଖୋଲା ଧମକ ।

ମାଓବାଦୀଙ୍କ ୩ଦଫା ଦାବି:
କେନ୍ଦୁପତ୍ର ତୋଳାଳିଙ୍କୁ ସଠିକ୍ ପାରିଶ୍ରମିକ ଦିଆଯାଉ
କେନ୍ଦୁପତ୍ର କ୍ରୟ ମୂଲ୍ୟର ଶତ ପ୍ରତିଶତ ବୋନସ୍ ତୁରନ୍ତ ଦିଆଯାଉ
କେନ୍ଦୁପତ୍ର ତୋଳାଳିଙ୍କ ପୁଅଝିଅଙ୍କ ପାଠପଢା, ବିବାହ ଓ ମୃତ୍ୟୁବରଣରେ ଆର୍ଥିକ ସହଯୋଗ

ମାଓ ସଙ୍ଗଠନର ନିର୍ଦ୍ଦେଶ ଅମାନ୍ୟ କଲେ ଖଇରପୁଟ କେନ୍ଦୁପତ୍ର ଡିପୋ ଓଏମ୍‌.ଭି ୧୭ର ଘଟିଥିବା ଘଟଣାର ପୁନରାବୃତ୍ତି ହେବ ବୋଲି ବ୍ୟାନରରେ ଖୋଲା ଧମକ ମିଳିଛି । ସେହିଭଳି କେନ୍ଦୁପତ୍ର ରେଂଜର୍‌, ଫରେଷ୍ଟର୍‌, ମୁନ୍‌ସି ଓ ଘରୋଇ ମାଲିକଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ ବୋଲି କୋରକଣ୍ଡା ଓ ଚିତ୍ରକୋଣ୍ଡା ଡିଭିଜିନ ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ଏହି ବ୍ୟାନର ଲାଗିବା ପରେ ସ୍ଥାନୀୟ ବାସିନ୍ଦା ଏବେ କୋକୁଆ ଭୟରେ ।

Leave A Reply

Your email address will not be published.