ଭୁବନେଶ୍ବର: ନୂଆ କଂସ ମହାରାଜଙ୍କ ଚୟନ ପାଇଁ ଆରମ୍ଭ ହୋଇଛି ଅଡିସନ୍ ପ୍ରକ୍ରିୟା। ବରଗଡ଼ର ପ୍ରସିଦ୍ଧ ‘ଧନୁ ଯାତ୍ରା’ରେ ‘ରାଜା କଂସ’ ଭୂମିକାରେ ଅଭିନୟ କରିବାକୁ ଥିବା କଳାକାରଙ୍କ ଚୟନ ପାଇଁ ଶୁକ୍ରବାର ଦିନ ସହରସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ରେ ଅଡିସନ୍ ଆରମ୍ଭ ହୋଇଛି।
୧୧ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସୂଚନା ଅନୁଯାୟୀ, ଏହି ଭୂମିକା ପାଇଁ ମୋଟ ୪୪ ଜଣ କଳାକାର ଆବେଦନ କରିଛନ୍ତି। ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ସାତ ଜଣିଆ ଚୟନ କମିଟି ସମ୍ମୁଖରେ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ। ଏହି କମିଟି ଆଗାମୀ ଦୁଇ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବାକୁ ଥିବା କଳାକାରଙ୍କୁ ଚୟନ କରିବ। ଅପରପକ୍ଷରେ ଚୟନ କମିଟି ସମ୍ମୁଖରେ ନିଜର ଅଭିନୟ ପ୍ରଦର୍ଶନ କରିବା ପାଇଁ ଆଶାୟୀ କଳାକାରମାନେ ବେଶ୍ ଉତ୍ସାହୀ ଓ ଆତ୍ମବିଶ୍ୱାସୀ ଜଣାପଡ଼ୁଥିଲେ।
ତେବେ ଅଡିସନ୍ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମା’ ସମଲେଶ୍ୱରୀ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା ଓ ନୀତିକାନ୍ତି କରାଯାଇଥିଲା।
