Latest Odisha News

ହୋଟେଲରେ ଖାଇବା ମନା, ଆଜିଠୁ ପାର୍ସଲରେ ମିଳିବ ଖାଦ୍ୟ

ଭୁବନେଶ୍ବର : କରୋନା ସଂକ୍ରମଣକୁ ନେଇ ଦେଶ ସମେତ ସାରା ରାଜ୍ୟରେ ବଢ଼ିଲାଣି ଚିନ୍ତା । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ସଂକ୍ରମଣକୁ ରୋକିବା ପାଇଁ କଟକଣା ଲଗାଇଲେଣି ସରକାର । ସେହିପରି ରାଜଧାନୀ ଭୁବନେଶ୍ବରରେ ପ୍ରତିଦିନ ସଂକ୍ରମଣ ହୁ ହୁ ବଢ଼ି ଚାଲିଥିବାରୁ ହୋଟେଲ ଓ ରେଷ୍ଟୁରାଣ୍ଟରେ ବସି ଖାଇବା ବଦଳରେ କେବଳ ପାର୍ସଲରେ ଖାଦ୍ୟ ଦିଆଯାଉଛି ।

ଗାଇଡଲାଇନ ଅନୁସାରେ, ଏଣିକି ଆଉ ହୋଟଲରେ କେହି ବସି ଖାଇ ପାରିବେ ନାହିଁ । କେବଳ ପାର୍ସଲରେ ଖାଦ୍ୟ ନେଇପାରିବେ ଗ୍ରାହକ । କରୋନା ପାଇଁ ଏହି କଟକଣା ଲଗାଯାଇଛି । ଏହାସହ ହୋଟେଲରେ ଭିଡ ଲଗାଇବା ବଦଳରେ ଅନଲାଇନରେ ମଧ୍ୟ ଖାଦ୍ୟ ଅର୍ଡର କରି ପାରିବେ ଗ୍ରାହକ । କରୋନାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର ଜାରି କରିଥିବା ଗାଇଡ଼ଲାଇନରେ ହୋଟେଲରେ ବସି ଖାଇବାକୁ ମନା କରାଯାଇଥିଲା । ଯାହାକୁ ଆଜିଠାରୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ଭୁବନେଶ୍ବରରେ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟରରୁ ଗ୍ରାହକମାନେ ପାର୍ସଲରେ ଖାଦ୍ୟ ନେଇଛନ୍ତି ।

Leave A Reply

Your email address will not be published.