ଭୁବନେଶ୍ୱର: କାଲିଠୁ ରାଜ୍ୟର ସବୁ ସହରାଞ୍ଚଳ ଦୁଇ ଦିନିଆ ସଟଡାଉନ୍ ରହିବ । ଶନିବାର ସକାଳୁ ସୋମବାର ସକାଳ ଯାଏ ବଳବତ୍ତର ରହିବ କଟକଣା । ତେବେ ଏହି ସମୟରେ ଘଣ୍ଟାଏ କଟକଣା କୋହଳ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଶନିବାର ଓ ରବିବାର ସକାଳେ ସକାଳ ୫ଟାରୁ ୬ଟା ଘଣ୍ଟାଏ କଟକଣା କୋହଳ କରାଯିବ ।
ଏହି ସମୟରେ ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂ କରିପାରିବେ । ଆଜି ରାତି ୯ଟାରୁ ଆରମ୍ଭ ହେବାକୁ ଥିବା ନାଇଟ୍ କର୍ଫ୍ୟୁ ଶନିବାର ସକାଳ ୫ଟା ଯାଏ ବଳବତ୍ତର ରହିବ । ତାପରେ ଦୁଇ ଦିନ ସଟାଡାଉନ୍ । ଅର୍ଥାତ ଆଜି ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏ ରାଜ୍ୟର ସବୁ ସହରାଞ୍ଚଳରେ ପର୍ଯ୍ୟନ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଗାଡ଼ିମଟର ଚଳାଚଳ ବନ୍ଦ ରହିବ ।
ସଟଡାଉନ କଟକଣାରୁ ବାଦ
– ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ
– ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ, ଏଲପିଜି ବିତରଣ ଉପରେ କଟକଣା ନାହିଁ
– ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବିତରଣ, ମାଲପରିବହନକୁ ବାଦ
– ଶିଳ୍ପ ଉଦ୍ୟୋଗ ଓ ନିର୍ମାଣ କାର୍ଯ୍ୟ ଜାରି ରହିବ
– ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ
– ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରିପାରିବେ
– ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ନାହିଁ
– ତେଜରାତି, ଆମିଷ ଓ କ୍ଷୀର ଦୋକାନ ଖୋଲା ରହିବ
Comments are closed.