Latest Odisha News

BREAKING NEWS

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ରାଜସ୍ବ ନିରୀକ୍ଷକ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ। ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦୦୦ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ବରାଳ।

ସୂଚନାରୁ ପ୍ରକାଶ ଯେ, କର୍ଲାମୁଣ୍ଡା ପଞ୍ଚାୟତ ଅଧିନସ୍ତ କର୍ଲାମୁଣ୍ଡା ଗାଁରେ ରହୁଥିବା ବିରଞ୍ଚି ନାରାୟଣ ଚୌଧୁରୀଙ୍କ ଡୁକେରମାଳ ଗାଁରେ କିଣିଥିବା ଦଲିଲକୁ ଡିମାର୍କଏସନ ବାବଦରେ ୨୦୦୦ ହଜାର ଟଙ୍କା ଦାବୀ କରିଥିଲେ ଆରଆଇ ରମେଶ ବରାଳ।

ଏହାକୁ ନେଇ ବିରଞ୍ଚି ନାରାୟଣ ଚୌଧୁରୀ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗକୁ ଜଣାଇଥିଲେ।

କୋରାପୁଟ ଭିଜିଲାନ୍ସ କେସ ନଂ ୧୨-୨୨/୪/୨୧ ଅଭିଯୋଗ ପାଇଁ କଳାହାଣ୍ଡି ଜିଲ୍ଲା ଭିଜିଲେନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ନୂଆପଡ଼ା ଇନିସପେକ୍ଟର ଦୀନବନ୍ଧୁ ବେହେରା, ଗୁଣନିଧି ସାହୁ,କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ ବରାଳଙ୍କୁ ଅଧିକ ତଦନ୍ତ ପାଇଁ ଭବାନୀପାଟଣା ନିଆଯାଇ ଥିବା ଜଣାପଡ଼ିଛି।

Comments are closed.