ଦାନ୍ତେଓ୍ୱାଡା: ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ । ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଛନ୍ତି । ଛତିଶଗଡ଼ ବିଜାପୁରରୁ ଅପହୃତ ଡିଆରଜି ଯବାନ ସବ-ଇନିସପେକ୍ଟର ମୁରଲି ତାତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଯବାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ମାଓବାଦୀଙ୍କ ପଶ୍ଚିମ ବସ୍ତର ଡିଭିଜନ ପକ୍ଷରୁ ଏକ ଚିଠିରେ ଉଲ୍ଲେଖ ରହିଛି।
ଜଗଦଲପୁରରେ କାର୍ଯ୍ୟରତ ଥିଲେ ଏସଆଇ ମୁରଲି ତାତି । ଛୁଟିରେ ନିଜ ଘର ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାଡ ଗାଁକୁ ଆସିଥିଲେ । ଗତ ୨୧ ତାରିଖ ଦିନ ଗାଁ ନିକଟକୁ ମେଳା ଦେଖିବା ପାଇଁ ଯାଇଥିବା ବେଳେ ମାଓବାଦୀ ତାଙ୍କୁ ଅପହପଣ କରି ନେଇଥିଲେ । ତିନ ଦିନ ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।
BREAKING NEWS
- ଶାନ୍ତିପୂର୍ଣ୍ଣ ଭାବରେ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ, ବଙ୍ଗଳାରେ ସର୍ବାଧିକ ଭୋଟିଂ
- ଖରାଦିନେ ଖାଆନ୍ତୁ ତାଳସଜ, ମିଳିବ ଅନେକ ଫାଇଦା
- ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି ବିଜେଇଏମ୍-୨
- ବିଜେଡି ନେତ୍ରୀ ଅପୂର୍ବା ଅପରୁପାଙ୍କ କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ
- ବ୍ରହ୍ମପୁରରେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ
- ଚାଲିଗଲେ ବିହାରର ‘ମୋଦୀ’, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା
- ରାହୁଲଙ୍କ ଘଟଣାରେ ସଞ୍ଜୀବ ଗୋୟନକାଙ୍କୁ ଟାର୍ଗେଟ କଲେ ସେହ୍ୱାଗ
- ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ସନ୍ଧ୍ୟା ୫ଟା ସୁଦ୍ଧା ୬୨.୩୧ ପ୍ରତିଶତ ମତଦାନ
- ଭୁଲରେ ଗହମ ବଦଳରେ ଅଳଙ୍କାର ପୁର୍ଣ୍ଣ ପୁଟୁଳୀ କରିଦେଲେ ଭଗବାନଙ୍କୁ ଅର୍ପଣ
- ବୁର୍ଖା ଟେକି ମହିଳାଙ୍କ ପରିଚୟ ଯାଞ୍ଚ କରି ଅଡୁଆରେ ବିଜେପି ପ୍ରାର୍ଥୀ, ଥାନାରେ ମାମଲା ରୁଜୁ