Latest Odisha News

BREAKING NEWS

ରାଜ୍ୟରେ ୪ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୬୬୪୭ ପଜିଟିଭ୍

ଭୁବନେଶ୍ୱର: କରୋନା କାୟା ବିସ୍ତାର କରୁଛି । ରାଜ୍ୟରେ ୭ହଜାର ମୁହାଁ ହୋଇଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬ହଜାର ୬୪୭ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଛି । ଆଜି ୭ଟି ଜିଲ୍ଲାରେ ୩ଶହ ଉପରେ ରହିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ଶହ ୮୯ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୭୮୮, ନୂଆପଡ଼ା ୫୫୯, ପୁରୀ ୩୯୫, କଳାହାଣ୍ଡି ୩୬୧, ଝାରସୁଗୁଡ଼ା ୩୪୩, କଟକରୁ ଚିହ୍ନଟ ହୋଇଛନ୍ତି ୩୩୬ ଆକ୍ରାନ୍ତ ।

୧୧ଟି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ୩୦୦ ଭିତରେ ରହିଛି । ବରଗଡ଼ ୨୯୦, ବଲାଙ୍ଗିର ୨୩୪, ନବରଙ୍ଗପୁର ୨୨୪, କେନ୍ଦୁଝର ୧୮୩, ସମ୍ବଲପୁର ୧୭୫, ଗଞ୍ଜାମ ୧୬୧, ଅନୁଗୁଳ ୧୪୧, ଯାଜପୁର ୧୩୩ ଚିହ୍ନଟ, ମୟୂରଭଞ୍ଜ ୧୨୨, ରାୟଗଡ଼ା ୧୧୬ ଓ ନୟାଗଡ଼ରେ ଏହି ସଂଖ୍ୟା ୧୧୦ ରହିଛି । ବାକି ୧୨ ଜିଲ୍ଲାରେ ଦୈନିକ ପଜିଟିଭ୍ ଶହେ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ଲକ୍ଷ ୧ହଜାର ୩୪୧କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୪୩ହଜାର ୩୧୨ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.