ପୁରୀ: ଦର୍ପଣ, ଘୋଡା ନାଲ ଓ ଘଂଟିର ଉପଯୁକ୍ତ ବ୍ୟବହାର କରି ଜାଣିଲେ ନିଶ୍ଚିତ ଭାବେ ସକାରାତ୍ମକ ପରିବର୍ତନ ଆସିବ । ଦର୍ପଣ ଆମେ ପ୍ରାୟତଃ ଶରୀର ଓ ମୁହଁ ଦେଖିବା ପାଇଁ ବ୍ୟବହାର କରିଥାଉ । ଯଦି ଘର ନିକଟରେ କୌଣସି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି ତାହାହେଲେ ମୂଖ୍ୟ ଦ୍ୱାର କବାଟ ଉପରେ ଗୋଲାକୃତି ଦର୍ପଣ ଲଗାଇଲେ ନକାରତ୍ମକ ଶକ୍ତି ସେଠାରୁ ଫେରିଯିବ । ସେହିପରି ଡାଇନିଂ ହଲର ଉତର-ପୂର୍ବ ଦିଗରେ ଅଣ୍ଡାକୃତି ଦର୍ପଣ ଲଗାଇଲେ ଘରର ସମୃଦ୍ଧି ବଢ଼ିବ ଏବଂ ଖାଦ୍ୟର ଅଭାବ ରହିବ ନାହିଁ । ଶୟନ କକ୍ଷରେ ଦର୍ପଣ ଲଗାଇବା ଉଚିତ ନୁହେଁ ।ଏହା ନକରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ଘରର ମୂଖ୍ୟ ଦ୍ୱାର ପ୍ରବେଶ ପଥ ନିକଟରେ ୨ଟି କିମ୍ବା ୩ଟି ପିତଳ ଘଂଟି ଲଗାଇଲେ ଘରେ ସକାରାତ୍ମକ ପରିବେଶ ସୃଷ୍ଟି ହେବ । ଛୋଟ ପିଲା ପଢ଼ିବା ପୂର୍ବରୁ କିଛି ସମୟ ଘଂଟି ବଜାଇଲେ ଏକାଗ୍ରତା ଆସିଥାଏ । କଳା ଘୋଡାର ନାଲ ଘରେ ଲଗାଇଲେ ଶୁଭ ଫଳ ମିଳିଥାଏ । ୟୁ ଆକୃତିର ନାଲକୁ ତଳମୁହାଁ କରି ଟାଙ୍ଗିଲେ ଘରେ ଉର୍ଜାର ବୃଦ୍ଧି ହୋଇଥାଏ । ଶନି ମହାଦଶା ଓ ସାଢ଼େସାତୀ ସମୟରେ ଏହି ନାଲରେ ତିଆରି ମୁଦି ପିନ୍ଧିଲେ ଭଲ ଫଳ ମିଳିଥାଏ ।
BREAKING NEWS
- ଗାନ୍ଧୀ ପରିବାର ପାଇଁ ଚାକିରି କରୁନି, କି ଦଳଠାରୁ ଦରମା ନେଉନାହିଁ- କେ. ଏଲ ଶର୍ମା
- ଓଡିଶାରେ ନଡ୍ଡା, ଉନ୍ମୋଚନ କରିବେ ବିଜେପି ନିର୍ବାଚନୀ ଇସ୍ତାହାର
- ବର୍ତ୍ତମାନ ଟୁରିଷ୍ଟ ଭଳି ନେତା ମାନେ ଆସୁଛନ୍ତି: ପାଣ୍ଡିଆନ
- ୪୪ ଛୁଇଁଲା ଦିନର ତାପମାତ୍ରା
- ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁରେ ନିର୍ବାଚନ କମିସନରଙ୍କ ଆଗରେ ଫେରାଦ ହେଲା ବିଜେଡି
- ଜେପି ନଡ୍ଡାଙ୍କ ବିରୋଧରେ କଂଗ୍ରେସର ଅଭିଯୋଗ, ପଛୁଆ ବର୍ଗର ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବିଜେପି
- ସଙ୍ଗୀତ ପ୍ରେମୀଙ୍କ ପାଇଁ ୟୁଟ୍ୟୁବ୍ ଲଞ୍ଚ କଲା ‘ହମ୍ ଟୁ ସର୍ଚ୍ଚ’ ଫିଚର, ଗୁଣୁଗୁଣୁ ଗୀତ ଗାଇ କରିପାରିବେ ସର୍ଚ୍ଚ
- ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ମିଛ କୁହନ୍ତି: ବିଜେଡି
- ନିଜ ଦଳର ନେତାଙ୍କୁ ଗୁଣ୍ଡା କହିଲେ କଙ୍ଗନା, ଭିଡିଓ ଭାଇରାଲ
- ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଧରିଲେ କଂଗ୍ରେସର ୨ ନେତା