Latest Odisha News

BREAKING NEWS

ଦର ଘୋଷଣା କଲା କୋଭାକ୍ସିନ୍, ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୬ ଶହ ଓ ଘରୋଇ ହସ୍ପିଟାଲକୁ ୧୨ ଶହ ଟଙ୍କା

ନୂଆଦିଲ୍ଲୀ: ମେ’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକାକରଣ ଆରମ୍ଭ ହେବ । ଦେଶରେ ଏବେ କୋଭାକ୍ସିନ୍ ଓ କୋଭିସିଲ୍ଡ ୨ଟି ଟିକା ଦିଆଯାଉଛି । ପୂର୍ବରୁ କୋଭିସିଲ୍ଡ ଟିକା ଦାମ ସେରମ ଇନଷ୍ଟିଚ୍ୟୁଟ୍ ଘୋଷଣା କରିଥିଲା । ଆଜି ଭାରତ ବାୟୋଟେକ୍ ପକ୍ଷରୁ ଦେଶୀ ଟିକା କୋଭାକ୍ସିନର ଦର ଘୋଷଣା କରାଯାଇଛି ।

ରାଜ୍ୟ ସରକାର କୋଭାକ୍ସିନ୍ ଡୋଜ୍ ପିଛା ୬୦୦ ଟଙ୍କାରେ କିଣିବେ । ସେହିଭଳି ଘରୋଇ ହସ୍ପିଟାଲକୁ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ଦେବାକୁ ପଡ଼ିବ । ଏଥିସହ ରପ୍ତାନୀ ଲାଗି ଡୋଜ୍ ପିଛା ୧୫ରୁ ୨୦ ଡଲାର ଦାମ ରହିବ ବୋଲି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର କୋଭାକ୍ସିନ୍ ଡୋଜ୍ ପିଛା ୧୫୦ ଟଙ୍କାରେ କିଣିବେ । ଉତ୍ପାଦନର ୫୦ ପ୍ରତିଶତ ଭ୍ୟାକ୍ସିନ୍ କେନ୍ଦ୍ର ନେବ । ବାକି ୫୦ ପ୍ରତିଶତ ଭ୍ୟାକ୍ସିନ୍ ରାଜ୍ୟ ଓ ଘରୋଇ ହସ୍ପିଟାଲ ସିଧାସଳଖ କିଣିବେ ।

ପୂର୍ବରୁ ସେରମ କୋଭିସିଲ୍ଡ ଭ୍ୟାକ୍ସିନର ଦର ଘୋଷଣା କରିଥିଲା । କୋଭିସିଲ୍ଡ ଡୋଜ୍ ପିଛା ରାଜ୍ୟ ସରକାର ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କା ଦେବାକୁ ପଡ଼ିବ । ଉଭୟ ଭ୍ୟାକ୍ସିନ୍ ଦର ଘୋଷଣା କରିଥିବା ବେଳେ ଦେଶୀ ଟିକା କୋଭାକ୍ସିନର ଦାମ ଅଧିକ ରହିଛି । ତେବେ, ଏବେ ଚାଲିଥିବା ଟିକାକରଣରେ ଅଧିକ କୋଭିସିଲ୍ଡ ଟିକା ବ୍ୟବହାର କରାଯାଉଛି ।

Leave A Reply

Your email address will not be published.