Latest Odisha News

BREAKING NEWS

ଉତ୍ତର-ପୂର୍ବାଞ୍ଚଳ ଓ ବାଙ୍ଗାଲୋର ମଧ୍ୟରେ ଗଡ଼ିବ ବିଶେଷ ଟ୍ରେନ୍

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ବାଙ୍ଗାଲୋର ଠାରୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଚଳାଚଳ କରିବ । ଏ ନେଇ ନିଷ୍ପତ୍ତି ନେଇଛି ରେଳବାଇ । ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସୁଥିବା ଯାତ୍ରୀ ସେମାନଙ୍କ ଯାତ୍ରା ଆରମ୍ଭର ସର୍ବାଧିକ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ । ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ନିୟମ ଅନୁଯାୟୀ ବାଧ୍ୟତାମୂଳକ ହୋମ୍ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ ।

ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ-ଅଗରତାଲା ଦ୍ବି-ସାପ୍ତାହିକ ବିଶେଷ ଟ୍ରେନ

02516/02515 ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ-ଅଗରତାଲା ବିଶେଷ ଟ୍ରେନ୍ ଆସନ୍ତା ଏପ୍ରିଲ ୨୪ ତାରିଖଠାରୁ ମେ ୧୧ ତାରିଖ ମଧ୍ୟରେ ଅଗରତାଲା ଠାରୁ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ସକାଳ ୫ଟା ୩୫ରେ ଛାଡ଼ିବ । ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ ଏପ୍ରିଲ ୨୭ରୁ ମେ ୧୪ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଏବଂ ମଙ୍ଗଳବାର ଦିନ ସକାଳ ୧୦ଟା ୧୫ରେ ଛାଡ଼ିବ ।

ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ସାପ୍ତାହିକ ବିଶେଷ ଟ୍ରେନ୍

06577/06578 ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ସାପ୍ତାହିକ ବିଶେଷ ଟ୍ରେନ, ଯଶୋବନ୍ତପୁରରୁ ୨୩ ଏପ୍ରିଲରୁ ୨୫ ଜୁନ ମଧ୍ୟରେ ପ୍ରତି ଶୁକ୍ରବାର ରାତି ୧୦ଟା ୪୦ରେ ଛାଡିବ ଏବଂ ଗୌହାଟୀରୁ ୨୬ ଏପ୍ରିଲରୁ ୨୮ ଜୁନ୍ ମଧ୍ୟରେ ପ୍ରତି ସୋମବାର ସନ୍ଧ୍ୟା ୭ଟା ୩୫ରେ ଛାଡ଼ିବ ।

ଭିଲୁପୁରମ୍ ପୁରୁଲିଆ ଓ ଖଡ଼ଗପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ବିଶେଷ ଟ୍ରେନ ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳାଚଳ

ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପୂର୍ବରୁ ସୂଚିତ ତାରିଖଠାରୁ ଭିଲୁପୁରମ୍-ପୁରୁଲିଆ-ଭିଲୁପୁରମ୍ ସ୍ପେଶାଲ୍ ଏବଂ ଭିଲୁପୁରମ୍-ଖଡ଼ଗପୁର-ଭିଲୁପୁରମ୍ ସ୍ବତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି ।

ଭିଲୁପୁରମ୍-ପୁରୁଲିଆ-ଭିଲୁପୁରମ୍ ଦ୍ବି-ସାପ୍ତାହିକ ସ୍ବତନ୍ତ୍ର ସୁପର ଫାଷ୍ଟ

06170/06169 ଭିଲୁପୁରମ୍-ପୁରୁଲିଆ-ଭିଲୁପୁରମ୍ ସ୍ପେଶାଲ୍ ଏପ୍ରିଲ ୨୧ ଠାରୁ ଭିଲୁପୁରାମରୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଅପରାହ୍ନ ୧୨ଟା ୫ରେ ଛାଡିବ ଏବଂ ୨୩ ଏପ୍ରିଲ, ୨୦୨୧ ଠାରୁ ପୁରୁଲିଆରୁ ପ୍ରତ୍ୟେକ ଶୁକ୍ରବାର ଏବଂ ସୋମବାର ସକାଳ ୧୦ଟାରେ ଛାଡ଼ି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

ଭିଲୁପୁରମ୍-ଖଡଗପୁର-ଭିଲୁପୁରମ୍ ସାପ୍ତାହିକ ସ୍ବତନ୍ତ୍ର ସୁପର ଫାଷ୍ଟ

06178/06177 ଭିଲୁପୁରମ୍-ଖଡଗପୁର-ଭିଲୁପୁରମ୍ ସ୍ପେଶାଲ୍ ୨୭ ଏପ୍ରିଲ, ୨୦୨୧ ଠାରୁ ଭିଲୁପୁରମରୁ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୧୨ଟା ୫ଟାରେ ଛାଡ଼ିବ ଏବଂ ୨୯ ଏପ୍ରିଲ, ୨୦୨୧ ଠାରୁ ଖଡଗପୁରରୁ ପ୍ରତ୍ୟେକ ଗୁରୁବାର ଦିନ ଅପରାହ୍ନ ୨ଟା ୧୦ରେ ଛାଡ଼ି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସୁଥିବା ଯାତ୍ରୀ ସେମାନଙ୍କ ଯାତ୍ରା ପ୍ରାରମ୍ଭର ସର୍ବାଧିକ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡି ଟୀକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ବାଧ୍ୟତାମୂଳକ । ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ନିୟମ ଅନୁଯାୟୀ ବାଧ୍ୟତାମୂଳକ ହୋମ୍ କ୍ବାରେଣ୍ଟାଇନ୍ ବା ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ ।

Leave A Reply

Your email address will not be published.