Latest Odisha News

BREAKING NEWS

ଦିଲ୍ଲୀରେ ବଢିପାରେ ଲକ୍‌ଡାଉନ୍‌ ଅବଧି

ନୂଆଦିଲ୍ଲୀ: ବଢୁଥିବା କୋଭିଡ-୧୯ ମାମଲା ମଧ୍ୟରେ ଦିଲ୍ଲୀ ସରକାର ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି ପାରନ୍ତି ସୂଚନା ମିଳିିଛି। ଆଜି ଏ ନେଇ ଅନ୍ତିମ ନିଷ୍ପତ୍ତି ଆସିପାରେ ବୋଲି ଜଣାପଡ଼ିଛି।

ଦିଲ୍ଲୀରେ ପଜିଟିଭ ହାର ୩୨ ପ୍ରତିଶତରୁ ଅଧିକ, ଅମ୍ଳଜାନର ସଙ୍କଟ ଦେଖାଦେଇଛି, ଶଯ୍ୟା ମଧ୍ୟ ଅଭାବ ରହିଛି ଯେଉଁଥିପାଇଁ ସରକାର ବର୍ତ୍ତମାନ ଲକ୍‌ଡାଉନ୍‌ ଲାଗୁ କରିବା ନେଇ ବିଚାର କରୁଛନ୍ତି।

ଏପ୍ରିଲ ୧୯ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ୫ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ଘୋଷଣା କରି କହିଛନ୍ତି ଯେ କରୋନାଭାଇରସ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଭୁଶୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବୃଦ୍ଧି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

“ଦିଲ୍ଲୀର ପରିସ୍ଥିତି ଖରାପ ହେବାରେ ଲାଗିଛି। ଅମ୍ଳଜାନ ସଙ୍କଟ ଯୋଗୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇପାରେ ବୋଲିଦିଲ୍ଲୀ ସରକାରଙ୍କ ଏକ ସୂତ୍ରରୁ ପ୍ରକାଶ।

Comments are closed.