Latest Odisha News

BREAKING NEWS

ମାଓବାଦୀଙ୍କ ଭାରତ ବନ୍ଦ ପୂର୍ବରୁ ହିଂସା, ଜାଳିଦେଲେ ୮ରୁ ଅଧିକ ଗାଡ଼ି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମାରେ ଲାଲ୍ ବାହିନୀ ହିଂସାକାଣ୍ଡ ଘଟାଇଛନ୍ତି । ସୁରକ୍ଷା ବାହିନୀର ଅପରେସନ୍ ପ୍ରହାରକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି ସଶସ୍ତ୍ର ମାଓବାଦୀ । ୩୦ ନମ୍ବର ଜାତୀୟ ରାଜପଥର ଏରାବୋର ଅଞ୍ଚଳରେ ନକ୍ସଲ ମାନେ ହିଂସାକାଣ୍ଡ ଘଟାଇ ଥିବା ଜଣାପଡ଼ିଛି ।

ମାଓବାଦୀ ୮ରୁ ଅଧିକ ଗାଡ଼ି ଜାଳି ଦେଇଛନ୍ତି । ଏଥିସହ ଘଟଣା ସ୍ଥଳକୁ ଯାଇଥିବା କିଛି ଯୁବକଙ୍କୁ ଧନୁ ତୀର ଦେଖାଇ ମାଓବାଦୀ ଧମକାଇ ଥିବା ଜଣାପଡ଼ିଛି । ଆସନ୍ତାକାଲି ସୋମହାର ମାଓ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ତା’ ପୂର୍ବରୁ ଏଭଳି ହିଂସାକାଣ୍ଡ ଘଟାଇ ନିଜର ସ୍ଥିତି ଜାହିର୍ ପାଇଁ ଉଦ୍ୟମ କରିଛି ମାଓ ସଂଗଠନ । ହିଂସା ଖବର ପରେ ଘଟଣା ସ୍ଥଳକୁ ଡିଆରଜି ବାହିନୀଙ୍କୁ ପଠା ଯାଇଥିବା ସୁକୁମା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.