Latest Odisha News

BREAKING NEWS

ଭାରତୀୟ ପର୍ଯ୍ୟଟକଙ୍କୁୁ ମାଲଦ୍ୱୀପ ମନା

ମୁମ୍ବାଇ: କୋଭିଡ-୧୯ ମହାମାରୀର ଭାରତ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। କାରଣ ଦେଶରେ ପ୍ରତିଦିନ ତିନି ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହେଉଛି। ଜର୍ମାନୀ, ଇଟାଲୀ, ଇରାନ, ସିଙ୍ଗାପୁର ଏବଂ ବାଂଲାଦେଶ ସମେତ ଅନେକ ଦେଶ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତରୁ ଯାତ୍ରୀମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ତାଲିକାରେ ମାଲଦ୍ୱୀପ ମଧ୍ୟ ଅନ୍ତର୍ଭୁକ୍ତ।

ମାଲଦ୍ୱୀପର ପର୍ଯ୍ୟଟନ ମନ୍ତ୍ରଣାଳୟ ରବିବାର ଦିନ ଏକ ଟୁଇଟରେ ଭାରତରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛି। ଟୁଇଟ୍‌ରେ ଲେଖାଅଛି, “୨୭ ଏପ୍ରିଲରୁ ଇଣ୍ଡିଆରୁ ମାଲଦ୍ୱୀପକୁ ପର୍ଯ୍ୟଟକଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସର୍ବନିମ୍ନ ଅସୁବିଧା ସହ ପର୍ଯ୍ୟଟନକୁ ନିରାପଦ କରିବା ପାଇଁ ଆମର ଏହି ପ୍ରୟାସରେ ସହାୟତା କରିଥିବାରୁ ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ।”

ଏହି ଘୋଷଣା ପରେ ବଲିଉଡ୍‌ ଷ୍ଟାର୍‌ଙ୍କ ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳୁଛି। ଜାନଭୀ କପୁର, ଦିଶା ପାଟାନି ଏବଂ ଟାଇଗର ଶ୍ରଫଙ୍କ ସମେତ ବଲିଉଡ ସେଲିବ୍ରିଟିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରାଯାଉଛି। ଦେଶ ଅତ୍ୟନ୍ତ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହି ତାରକାମାନେ ମାଳଦ୍ବୀପ‌ରେ ଫଟୋ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି।ଯେଉଁଥିପାଇଁ ବଲିଉଡ୍‌କୁ ଟ୍ରୋଲ୍‌ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଏପରିକି ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ କରୋନାରୁ ସୁସ୍ଥ ହେବା ପରେ ତୁରନ୍ତ ଛୁଟି କଟାଇବାକୁ ମାଳଦ୍ବୀପ ଯାଇଥିଲେ।

Comments are closed.