Latest Odisha News

ଆସନ୍ତାକାଲିଠୁ କର୍ଣ୍ଣାଟକ ୧୪ ଦିନ ପାଇଁ ଲକ୍‌ଡାଉନ୍‌

କର୍ଣ୍ଣାଟକ:କର୍ଣ୍ଣାଟକ ସରକାର ରାଜ୍ୟରେ ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଅର୍ଥାତ୍‌ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଗତ କିଛି ମାସ ମଧ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସୋମବାର କ୍ୟାବିନେଟ ବୈଠକ ପରେ ସିଏମ୍ ବିଏସ୍ ୟେଡିୟୁରପ୍ପା ଏହି ଘେଷଣା କରିଛନ୍ତି।

ସେ କହିଛନ୍ତି, “ଏହି ଭୂତାଣୁ ସମଗ୍ର ରାଜ୍ୟରେ ଆକ୍ରମଣାତ୍ମକ ଭାବେ ବ୍ୟାପିବାରେ ଲାଗିଛି। ଏଠାରେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ଅପେକ୍ଷା ସ୍ଥିତି ଖରାପ ରହିଛି।”

ରବିବାର ଦିନ ସର୍ବାଧିକ ପଜିଟିଭ ମାମଲା ତାଲିକାରେ କର୍ଣ୍ଣାଟକ ତୃତୀୟ ସ୍ଥାନରେ ଥିଲା।

ୟେଡିୟୁରପ୍ପା ଏହା ପରେ ଘୋଷଣା କରି କହିଛନ୍ତି ଯେ ଆସନ୍ତାକାଲି ଠାରୁ ୧୪ ଦିନ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକ୍‌ଡାଉନ୍‌ ଲାଗୁ ହେବ। ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜରୁରୀ ଖାଦ୍ୟ ସାମଗ୍ରୀ ସକାଳ ୬ ଟାରୁ ୧୦ ଟା ମଧ୍ୟରେ କିଣିବାକୁ ଅନୁମତି ଦିଆଯିବ।

ଅତ୍ୟାବଶ୍ୟକ ସେବା ଜାରି ରହିବ ଏବଂ ପୂର୍ବ ଘୋଷଣା ଅନୁଯାୟୀ ସପ୍ତାହାନ୍ତ ଲକ୍‌ଡାଉନ୍‌ ମଧ୍ୟ ରହିବ।

Leave A Reply

Your email address will not be published.