Latest Odisha News

ବିଦେଶ ଯିବା ପାଇଁ ଏହି ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା କରାଯାଏ

ଜଳନ୍ଧର: ପଂଜାବରେ ଏକ ନିଆରା ଗୁରୁଦ୍ୱାର ରହିଛି । ଏହାର ନାମ ଶହୀଦ ବାବା ନିହାଲ ସିଂ ଗୁରଦ୍ୱାର । ଏଠାରେ ଭକ୍ତଙ୍କ ମାନସିକତା ପୂରଣ କରିବା ପାଇଁ ଯେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ ତାହା ଶୁଣିଲେ ଆପଣମାନେ ନିଶ୍ଚିତ ଭାବେ ଚକିତ ହୋଇଯିବେ । ବିଦେଶ ଯିବା ପଂଜାବୀ ଯୁବପିଢ଼ୀର ଏକ ସ୍ୱପ୍ନ କହିଲେ ଭୁଲ ହେବ ନାହିଁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଭକ୍ତମାନେ ଏଠାରେ ଖେଳଣା ବିମାନ ପୂଜା କରିଥାନ୍ତି । ଏହା ଦେଲେ ଭଗବାନ ସେମାନଙ୍କ ମନ କଥା ଶୁଣିବେ ଏବଂ ବିଦେଶ ଯିବା ପାଇଁ ଭିଜା ସହଜରେ ମିଳିପାରିବ ।

ଏହି ଗୁରୁଦ୍ୱାରର ବାହାରେ ଏଥିପାଇଁ ବିଭିନ୍ନ ପ୍ରକାରର ଖେଳଣା ବିମାନ ବିକ୍ରି କରାଯାଇଥାଏ । କେତେକ ପଂଜାବୀ ଯୁବକ ଛୋଟ ପିଲାମାନଙ୍କୁ ଏହି ଖେଳଣା ବିମାନ ଦାନ କରିଥାନ୍ତି ।

Leave A Reply

Your email address will not be published.