Latest Odisha News

BREAKING NEWS

ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ପୁଣି ବାଘ ଆତଙ୍କ, ଏବେ ସହରମୁହାଁ !

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିମାନବନ୍ଦର ନିକଟବର୍ତ୍ତୀ ପଳାଶପଲ୍ଲୀ ନିକଟବର୍ତ୍ତୀ ଜଣେ ବ୍ୟକ୍ତିଙ୍କ ଘର ପାଚେରୀ ଡ଼େଉଁ ଘର ଆଡ଼କୁ ପଶୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହେବା ପରେ ମଙ୍ଗଳବାର ଭୋର୍ ସମୟରେ ଏଟିଏସ ଟାୱାର ନିକଟରେ ଜଣେ ସୁରକ୍ଷାକର୍ମୀ କଲରାପତରିଆ ବାଘ ଠାବ କରିଥିବା କଥା ଦାବି କରିଛନ୍ତି ।

ଇତିମଧ୍ୟରେ, ସହରମୁହାଁ ହୋଇଥିବା ଏହି କଲରାପତରିଆ ବାଘଟିକୁ ଟ୍ରାଙ୍କୁଲାଇଜ୍ କରି ଧରିବାକୁ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି ବାଘଟି ବିମାନବନ୍ଦର ନିକଟସ୍ଥ ବା ପଳାଶପଲ୍ଲୀ ନିକଟସ୍ଥ ବଣବୁଦା ନିକଟରେ ଛପି ରହିଥିବାର ଆଶଙ୍କା କରିଛନ୍ତି ବନବିଭାଗର କର୍ମଚାରୀ ।

ବାଘଟିକୁ ଧରିବାକୁ ବନବିଭାଗ ତଥା ସିଆଇଏସଏଫର ମିଳିତ ଉଦ୍ୟମରେ ଟ୍ରାଙ୍କୁଲାଇଜ କରି ଧରିବାକୁ ଉଦ୍ୟମ ଜାରି ରହିଛି । ଏହି ଅପରେସନରେ ସିଟି ଡ଼ିଏଫଓ ଅଶୋକ ମିଶ୍ର ତଥା ୪ ଜଣ ରେଞ୍ଜ ଅଫିସରଙ୍କ ତତ୍ୱାବଧାନରେ ଏକ ଦଳ ସାମିଲ ହୋଇଛି । ଜନସାଧାରଣଙ୍କୁ ସିଲ୍ ହୋଇଥିବା ଏହି ସ୍ଥାନରେ ପ୍ରବେଶ କରିବାକୁ ବାରଣ କରାଯାଇଛି ।

ପଳାଶପଲ୍ଲୀ ସନ୍ନିକଟରେ ଯେଉଁ ସ୍ଥାନମାନଙ୍କରେ ବାଘ ଲୁଚିଥିବାର ଅନୁମାନ କରାଯାଉଛି ସେହି ସ୍ଥାନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଏକ ଟିମ୍ ମୁତୟନ କରାଯାଇଛି । ପୁରୁଣା ଏୟାରପୋର୍ଟ ଅଞ୍ଚଳକୁ ଏବେ ସିଲ୍ କରାଯାଇଛି ।

ସରକ୍ଷାକର୍ମୀ ଜଣକ ମଙ୍ଗଳବାର ଦିନ ଭୋର୍ ପ୍ରାୟ ୪ଟା ୪୦ ସମୟରେ ଏହି କଲରାପତରିଆ ବାଘଟିକୁ ଟାୱାର ନିକଟରେ ଦେଖିଥିବାର କହିଛନ୍ତି । ବାଘଟି ପାଚେରୀ ଡ଼େଇଁ ସହର ଆଡ଼କୁ ଡ଼େଇଁ ଥିବାର ସେ ଦେଖିଛନ୍ତି ବୋଲି କହିଛନ୍ତି ସୁରକ୍ଷାକର୍ମୀ ଜଣକ ।

ଏଠାରେ ଉଲ୍ଲେଖଯୋଗ୍ୟ, ସୋମବାର ଦିନ ସିସିଟିଭିରେ ବାଘଟି ପାଚେରୀ ଡ଼େଇଁ ଜଣେ ବ୍ୟକ୍ତିଙ୍କ ଘରକୁ ଡ଼େଉଁଥିବାର ଦୃଶ୍ୟ ଦେଖାଯିବାପରେ ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ଖେଳିଯାଇଥିଲା । ତେବେ ବାଙ୍କନିଧି ସେନାପତି ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଏହି ବାଘଟିକୁ ଦେଖିଥିବା କଥା ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.