Latest Odisha News

BREAKING NEWS

ରାୟଗଡା: ପୋଖରୀରେ ବୁଡି ୨ ଶିଶୁଙ୍କ ସଲିଳ ସମାଧି

ରାୟଗଡା : ରାୟଗଡା ଜିଲ୍ଲା ମାଟିକଣା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ବୁଡି ୨ଜଣ କୋମଳମତି ଶିଶୁଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ମୃତକ ଶିଶୁଦ୍ୱୟ ତୃତୀୟ ଶ୍ରେଣୀର ଛାତ୍ର ସୁନୀଲ ହିମିରିକା ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଆରେଶ ହିମିରିକା। ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ସୋମବାର ଦିନ ଏହି ଦୁଇ ଜଣ ଶିଶୁ ସ୍କୁଲରୁ ଘରକୁ ଫେରିବା ପରେ ଦୁହେଁ ମିଶି ନିକଟସ୍ଥ ପୋଖୀରିକୁ ଗାଧୋଇବା ପାଇଁ ଯାଇଥିଲେ କିନ୍ତୁ ପରେ ସେମାନେ ପୋଖରୀରେ ବୁଡିଯାଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅନୁମାନ କରିଛନ୍ତି ।

ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶିଶୁଦ୍ୱୟଙ୍କୁ ଉଦ୍ଧାର କରିଥିଲା ଏବଂ ପରବର୍ତ୍ତୀ ସମୟରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ ଜଣାପଡିଛି ।

ତେବେ ଏହି ଅଘଟଣରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳ ଏନେଇ ତଦନ୍ତ ଜାରି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.