Latest Odisha News

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୦୮୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ନିଜର କାୟା ମେଲାଉଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୪୦୮୯ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୦୧ ଜଣ ଥିବା ବେଳେ, ସୁନ୍ଦରଗଡ଼ରୁ ୩୩୭, କଳାହାଣ୍ଡିରୁ ୩୨୩, ଝାରସୁଗୁଡ଼ାରୁ ୨୫୩, ନୂଆପଡ଼ାରୁ ୨୫୧, ପୁରୀରୁ ୨୧୯, ବରଗଡ଼ରୁ ୨୦୨, ସମ୍ବଲପୁରରୁ ୧୯୮, କଟକରୁ ୧୯୩, ବଲାେଙ୍ଗିରରୁ ୧୬୯, ନବରଙ୍ଗପୁରରୁ ୧୨୯ ଜଣ ଅଛନ୍ତି ।

ସେହିପରି ଗଞ୍ଜାମରୁ ୧୦୭ ଜଣ ଥିବା ବେଳେ, ମୟୂରଭଞ୍ଜରୁ ୧୦୦, ବାଲେଶ୍ବରରୁ ୯୮, କେନ୍ଦୁଝରରୁ ୯୩, ଯାଜପୁରରୁ ୯୦, ରାୟଗଡ଼ାରୁ ୭୧, ନୟାଗଡ଼ରୁ ୫୭, ଗଜପତିରୁ ୫୧, ଅନୁଗୁଳରୁ ୪୬, ସୋନପୁରରୁ ୪୩, ଜଗତସିଂହପୁରରୁ ୩୮, କେନ୍ଦ୍ରାପଡ଼ାରୁ ୨୯, ଭଦ୍ରକରୁ ୨୭, କୋରାପୁଟରୁ ୨୬, ଦେବଗଡ଼ରୁ ୨୫, କନ୍ଧମାଳ ଓ ମାଲକାନଗିରିରୁ ୧୮ ଜଣ ଲେଖାଏଁ, ବୌଦ୍ଧରୁ ୧୪, ଢେଙ୍କାନାଳରୁ ୮ ଓ ଷ୍ଟେଟ୍ ପୁଲରୁ ୧୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତସାରା ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୭୧ ହଜାର ୨୦୦ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.