Latest Odisha News

କେଜ୍ରିୱାଲ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା: ସିଷ୍ଟମ ଫେଲ୍‌,ପରିଚାଳନା କରିପାରୁନ ଯଦି ଆମେ କେନ୍ଦ୍ରକୁ ଦାୟିତ୍ୱ ଦେବୁ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବୁଧବାର ଅରବିନ୍ଦ କେଜିୱାଲ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ତୁମ ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ଫେଲ୍ । କରୋନା ମହାମାରୀ ବେଳେ ଲୋକେ ମରୁଥିବା ସମୟରେ ତୁମେ ସାମନ୍ୟ କଳାବଜାରୀକୁ ରୋକି ପାରୁନ । କୋଭିଡ-୧୯ର ମୁକାବିଲା ଯଦି କରି ନ ପାରୁଛ ତାହାହେଲେ ଆମେ କେନ୍ଦ୍ରକୁ ହସ୍ତକ୍ଷେପ କରିବା ପାଇଁ କହିବୁ । ଲୋକଙ୍କ ଜୀବନ ଏଠାରେ ଗୁରୁତ୍ୱପୂର୍ଣ୍ଣ । କୋର୍ଟଙ୍କ ଭର୍ତ୍ସନା ପରେ ଆମ ଆଦମୀ ପାର୍ଟି ସରକାରର ଅନେକଗୁଡିଏ ମିଛ ପଦାରେ ପଡିଯାଇଛି ।

ଅକ୍ସିଜେନ ସଙ୍କଟ ବିଷୟରେ ଜଣାଇବା ପାଇଁ ଆପଣଙ୍କ ସରକାର ଯୋଗାଯୋଗ ନମ୍ବର ଦେଇଛନ୍ତି ? କୋର୍ଟରେ ଡାକ୍ତରଖାନାଗୁଡିକୁ ନମ୍ବର ପଠାଇବେ ଏବଂ ହସ୍ପିଟାଲ ପାଇଁ ଅଧିକାରୀ ନିଯୁକ୍ତ କରିବେ ବୋଲି କହିଥିଲେ, ଆପଣଙ୍କ ସରକାର କଲ ଉଠାଉ ନାହାନ୍ତିି କି ଏସଏମଏସର ଜବାବ ଦେଉ ନାହାନ୍ତି ବୋଲି ଅଭିଯୋଗ ଆସୁଛି । ଏ ବିଷୟରେ ତୁରନ୍ତ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କେଜ୍ରିୱାଲ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ମାଧ୍ୟମରେ ଏହି କାର୍ଯ୍ୟ ଖୁବ୍ ଶୀଘ୍ର କରିବୁ ବୋଲି କୁହାଯାଇଥିଲା ।

Leave A Reply

Your email address will not be published.