Latest Odisha News

BREAKING NEWS

କନ୍ଧମାଳ: ପୁଲଓ୍ୱାମା ଆକ୍ରମଣରେ ମୋଦି ସରକାରକୁ ଦାୟୀ କରି ମାଓବାଦୀଙ୍କ ପୋଷ୍ଟର

ଫୁଲବାଣୀ : ଫେବୃଆରୀ ୧୪ ତାରିଖରେ ପୁଲଓ୍ୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପାଇଁ ମୋଦି ସରକାରଙ୍କୁ ଦାୟୀ କରି କନ୍ଧମାଳରେ ମାଓବାଦୀ (ସିପିଆଇ) ସଙ୍ଗଠନ ପୋଷ୍ଟର ଜାରି କରିଛି ।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ନିକଟ ବୁଡ଼ାଗୁଡ଼ା ଠାରେ ମଙ୍ଗଳବାର ଦିନ ମାଓବାଦୀଙ୍କ ଏକାଧିକ ପୋଷ୍ଟର୍ ଲାଗିଥିବା ସୂଚନା ମିଳିଛି ।

ଏହି ନିଷିଦ୍ଧ ସଙ୍ଗଠନର ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପୋଷ୍ଟର୍ ଲଗାଯିବା ସହ ଏହି ଆତ୍ମଘାତୀ ଆକ୍ରମଣ ଲାଗି ‘ମୋଦି ସରକାରଙ୍କ ଏକଛତ୍ରବାଦୀ’ ନୀତିକୁ ଦାୟୀ କରିଛନ୍ତି ।

ସେପଟେ ନବନିର୍ମାଣ କୃଷକ ସଂଘ ପକ୍ଷରୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବି କରି ଫେବୃଆରୀ ୨୧ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଥିବାବେଳେ ଏହାକୁ ମାଓବାଦୀ ସଙ୍ଗଠନ ସମର୍ଥନ କରୁଥିବା ନେଇ ପୋଷ୍ଟର୍ରେ ଲଲ୍ଲେଖ ରହିଛି।

Leave A Reply

Your email address will not be published.