Latest Odisha News

ସିଏମ୍‌ ରିଲିଫ ଫଣ୍ଡ୍‌କୁ ଗୋଟିଏ ଦିନର ଦରମା ଦେବେ ଓଡ଼ିଶା ଆଇଏଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ଓଡିଶା ସରକାରଙ୍କୁ ସହାୟତା କରିବା ପାଇଁ ସମସ୍ତ ରାଜ୍ୟ କ୍ୟାଡର ଆଇଏଏସ୍ ଏବଂ ଆଇଏଫଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ ଆଇଏଏସ ଏବଂ ଆଇଏଫଏସ୍ ଅଧିକାରୀ ସଙ୍ଘ କହିଛନ୍ତି ଯେ ଆସୋସିଏସନର ସଦସ୍ୟ ଯଦି ଚାହାଁନ୍ତି ତେବେ ଅଧିକ ଦାନ କରିପାରିବେ।

ସୂଚନାଯୋଗ୍ୟ, ମେ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷୀୟ ବର୍ଗର ଲୋକଙ୍କୁ ମାଗଣା କରୋନା ଟିକାକରଣ ଘୋଷଣା କରିବା ପରେ ସିଏମ୍‌ ରିଲିଫ ଫଣ୍ଡ୍‌କୁ ବିଭିନ୍ନ ମହଲରୁ ସହାୟତା ଆସିବା ଆରମ୍ଭ କରିଛି।

Comments are closed.