Latest Odisha News

BREAKING NEWS

ମାର୍ଚ୍ଚ ୧ରୁ ଝାରସୁଗୁଡ଼ାରେ ‘ଆଲାଏନ୍ସ ଏୟାର’ ପକ୍ଷରୁ ବିମାନ ଚଳାଚଳ ସମ୍ଭାବନା

ଝାରସୁଗୁଡା : ଝାରସୁଗୁଡାରେ ଅବସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ବିମାନ ଚଳାଚଳ କରିବା ନେଇ ସଙ୍କେତ ମିଳିଛି ।

ଆଲାଏନସ୍ ଏୟାର୍ ପକ୍ଷରୁ ଏକ ୪ଜଣିଆ ପ୍ରତିନିଧି ଦଳ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀଙ୍କ ନିମନ୍ତେ ଥିବା ସୁବିଧା ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ମାର୍ଚ୍ଚ ୧ ତାରିଖରୁ ବିମାନ ଉଡାଣ ଆରମ୍ଭ ହୋଇପାରେ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ଏହାସହିତ ଏୟାରଲାଇନ ଏଟିଆର୍-୭୨ ଉଡାଣ ପରିଚାଳନା କରିବ । ଏୟାରଲାଇନ୍ କୋଲକାତା ଓ ଭୁବନେଶ୍ୱରକୁ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ଜଣାପଡିଛି ।

Leave A Reply

Your email address will not be published.