Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୬୭୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ସାରା ରାଜ୍ୟରେ ଦେଖାଦେଇଛି ଆତଙ୍କ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୪୬୭୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୧୯ ଜଣ ଥିବା ବେଳେ, ସୁନ୍ଦରଗଡ଼ରୁ ୬୭୩, ନୂଆପଡ଼ାରୁ ୪୨୬, ଝାରସୁଗୁଡ଼ାରୁ ୩୦୩, ବଲାଙ୍ଗିରରୁ ୨୨୯, ପୁରୀରୁ ୨୨୪, ବରଗଡ଼ରୁ ୧୯୪, ସମ୍ବଲପୁରରୁ ୧୮୨, କଟକରୁ ୧୭୦, କଳାହାଣ୍ଡିରୁ ୧୬୬, ଗଞ୍ଜାମରୁ ୧୫୪ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ବାଲେଶ୍ବରରୁ ୧୨୩ ଜଣ ସୁସ୍ଥ ହୋଇଥିବା ବେଳେ, ରାୟଗଡ଼ାରୁ ୧୦୪, ମୟୂରଭଞ୍ଜରୁ ୭୭, ନୟାଗଡ଼ରୁ ୬୯, ଯାଜପୁରରୁ ୬୪, ଭଦ୍ରକରୁ ୬୩, କେନ୍ଦ୍ରାପଡ଼ାରୁ ୫୮, ସୋନପୁରରୁ ୫୫, କେନ୍ଦୁଝର ଓ କୋରାପୁଟରୁ ୫୩ ଜଣ ଲେଖାଏଁ, ଅନୁଗୁଳରୁ ୪୮, ଜଗତସିଂହପୁରରୁ ୪୫, ଗଜପତିରୁ ୪୧, ଦେବଗଡ଼ରୁ ୩୬, ଢେଙ୍କାନାଳରୁ ୩୩, କନ୍ଧମାଳରୁ ୧୮, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୩, ବୌଦ୍ଧରୁ ୧୧ ଓ ଷ୍ଟେଟ୍ ପୁଲରୁ ୧୬୦ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୩ ଲକ୍ଷ ୮୦ ହଜାର ୪୦୦ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.