Latest Odisha News

BREAKING NEWS

ଡି କକଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ରାଜସ୍ଥାନକୁ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କ୍ୱିଂଟନ ଡି କକ(୭୦ ନଟଆଉଟ, ୫୦ ବଲ, ୬ଚୌକା, ୨ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ଉଇକେଟ ବିନିମୟରେ ୧୭୧ ରନ ସଂଗ୍ରହ କରିଥିଲା । ଜବାବରେ ୧୭୨ ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୮.୩ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା । କୃଣାଳ ପାଣ୍ଡ୍ୟା ୩୯ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ।

ପୂର୍ବରୁ ରାଜସ୍ଥାନ ଇନିଂସରେ ଜୋସ ବଟଲର ୪୧, ଯଶସ୍ୱୀ ଜୈସ୍ୱାଲ ୩୨ ଓ ସଞ୍ଜୁ ସାମସନ ୪୨ ରନର ଇନିଂସ ଖେଳିଥିଲେ । ରାଜସ୍ଥାନ ୭ଟି ମ୍ୟାଚ ଖେଳି ୨ଟି ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ୬ ମ୍ୟାଚରୁ ୩ ବିଜୟ ହାତେଇଛି ।

Leave A Reply

Your email address will not be published.