ଢେଙ୍କାନାଳ:କରୋନା କଟକଟକଣା ବଢିଚାଲିଛି । ତା ଭିତରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି । ଖାସ୍ କରି ଦୈନଦିନ ଚଳଣୀ ମଧ୍ୟ ପ୍ରଭାବିତ ହୋଇଛି । କରୋନା ଯୋଗୁ ଲୋକଙ୍କୁ ବିଭିନ୍ନ ଭାବରେ ସଚେତନତ କରାଯାଉଛି, ଘରୁ ବାହାରକୁ ନ ବାହାରିବାକୁ ଦିଆଯାଉଛି ପରାମର୍ଶ । ଆଉ ତାରି ଭିତରେ ବେଶୀ ପ୍ରଭାବିତ ହେଉଛନ୍ତି ବ୍ୟବସାୟୀ ମାନେ ।
କରୋନା ଯୋଗୁ ଢେଙ୍କାନାଳ ସହରରେ ବି କଟକଣା । ଲକ୍ଡାଉନ୍ ସଟଡାଉନ୍ ସହ ଲୋକଙ୍କୁ ବିିଭିନ୍ନ ଭାବେ ସଚେତନ କରାଯାଉଛି । ଆବଶ୍ୟକ ନହେଲେ ଘରୁ ନବାହାରିକାବୁ ଲୋକଙ୍କୁ କୁହାଯାଉଛି । ଏନେଇ ରାସ୍ତାଘାଟରେ ବେଶୀ ଗହଳି ନଥଇବା ବେଳେ ପରିବା ମାର୍କେଟ ବି ଖାଁ ଖାଁ ହୋଇ ପଡିଛି । ପ୍ରତିଦିନ ଲୋକେ ମାର୍କେଟରେ ଭିଡ ଲଗାଉଥିବା ବେଳେ ଏବେ କିନ୍ତୁ ମାର୍କେଟ ଖାଲି । ଖାଲି ସେତିକି ନୁହେଁ ଗ୍ରାହକ ନଥିବାରୁ ପରିବା ବ୍ୟବସାୟୀ ମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।
ଟଙ୍କାଟିଏ ବି ପରିବା ବ୍ୟବସାୟରୁ ଲାଭ ପାଇପାରୁନାହାନ୍ତି ବ୍ୟବସାୟୀ ମାନେ । ତା ସହିତ ଟମାଟୋରୁ ନେଇ ବାଇଗଣ ଆଦି ବିଭିନ୍ନ ପ୍ରକାରର ପରିବା ସବୁ ପଡି ରହିବା ସହିତ ଦର ମଧ୍ୟ କମ୍ ହୋଇଗଲାଣି । ହେଲେ ଗ୍ରାହକ ଶୂନ୍ୟ ହୋଇ ପଡିଛି ପରିବା ମାର୍କେଟ । ଲାଭ ତ ଦୂର କଥା ବାହାରୁ ପରିବା ଆଣି ବ୍ୟବସାୟ କରୁଥିବା ପରିବା ବ୍ୟବସାୟୀ ବି ହତାଶ ହୋଇପଡିଛନ୍ତି । ଗ୍ରାହକ ନଥିବାରୁ ବେଶ୍ କ୍ଷତି ସହୁଛନ୍ତି ବ୍ୟବସାୟୀ ମାନେ ।
BREAKING NEWS
- ନନ୍ଦନକାନନରେ ସାମିଲ ୩୬ ନୂଆ ପ୍ରଜାତିର ପଶୁପକ୍ଷୀ
- ୧୦ ବର୍ଷ ବୟସରେ ମା’ଙ୍କୁ ହରାଇଲେ, ବର୍ଷକ ପରେ ପିତାଙ୍କୁ:ଏବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ରଚିଲେ ଇତିହାସ
- ଖୁଦୁରୁକୁଣୀ ଭସାଣି ବେଳେ ଏସ୍ଆଇଙ୍କୁ ଆକ୍ରମଣ;ଡିଜେ ବଜାଇବାକୁ ନେଇ…
- ଫ୍ଲାଇଦୁବାଇ କୋ-ପାଇଲଟଙ୍କ ଆକ୍ରମଣ ଘଟଣାରେ କଣ କହିଲା ୟୁଏଇ?
- Odisha Travel Bazaar Inauguration ଓଡିଶା ହେଉ ପର୍ଯ୍ୟଟକଙ୍କ ସ୍ୱର୍ଗ: ମୁଖ୍ୟମନ୍ତ୍ରୀ
- କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ମାମଲା ରୁଜୁ
- ପୁରୀରେ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ, ସେବାୟତ ଓ ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା
- ସୁବର୍ଣ୍ଣରେଖାରେ ଭାସିଗଲେ ପର୍ଯ୍ୟଟକ, ଉତ୍ତରପ୍ରଦେଶରୁ ଆସିଥିଲେ…
- ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା
- Asian Games: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ, ପାକିସ୍ତାନକୁ ହରାଇ ଗୋଲ୍ଡ ହାତେଇଲା ଟିମ୍ ଇଣ୍ଡିଆ

Comments are closed.