Latest Odisha News

BREAKING NEWS

କରୋନା ଟେଷ୍ଟ ଶୃଙ୍ଖଳିତ କରିବା ଲାଗି ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ଟେଷ୍ଟିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ଓଡିଶା ସରକାର ଗୁରୁବାର ଦିନ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦୀପ୍ତ ମହାପାତ୍ର ଏକ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁସାରେ ଟେଷ୍ଟିଂ ସେଣ୍ଟରରେ ନମୁନା ସଂଗ୍ରହ ସମୟରେ ସାମାଜିକ ଦୂରତା ତଥା କୋଭିଡ ନିୟମ କଡ଼ାକଡ଼ି ଉଲ୍ଲେଖ କରିଛନ୍ତି।

ଯେଉଁମାନଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି, ସେମାନଙ୍କର ରିପୋର୍ଟ ନେଗେଟିଭ ଆସିବା ଯାଏଁ ଘରେ ରହିବେ। ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନେ ହେଲ୍ପ ଆଇସୋଲେସନରେ ରହିବେ।

ଲୋକଙ୍କଠାରୁ ସଂଗୃହିତ ଆରଟି-ପିସିଆର୍ ନମୁନାକୁ ସେହି ଦିନ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯିବ ଏବଂ ରିପୋର୍ଟ ବିଷୟରେ ଲୋକମାନଙ୍କୁ ଶୀଘ୍ର ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.