Latest Odisha News

BREAKING NEWS

ଚନ୍ଦକା ଗଲା ରାଜଧାନୀରୁ ଧରା ପଡିଥିବା କଲରାପତରିଆ ବାଘ

ଭୁବନେଶ୍ୱର : ରାଜଧାନୀରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘକୁ ମଙ୍ଗଳବାର ବିଳମ୍ବିତ ରାତିରେ ବିମାନ ବନ୍ଦର ନିକଟରୁ ବନ ବିଭାଗ ଧରିବାରେ ସଫଳ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ପରବର୍ତ୍ତୀ ସମୟରେ ତାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରାଯିବା ପରେ ଆଜି ଚନ୍ଦକା ଜଙ୍ଗଲରେ ଛାଡି ଦିଆଯାଇଛି ।

ଭୁବନେଶ୍ୱରର ଡିଏଫଓ ଅଶୋକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କଲରାପତରିଆ ବାଘକୁ କାବୁ କରିବା ପରେ ଜଣେ ପଶୁ ଚିକିତ୍ସକ ତା’ର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ବାଘଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି “ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଗାଇଡଲାଇନ୍ ଅନୁସାରେ ଯଦି କୌଣସି ଜନ୍ତୁ ଜନବସତି ମଧ୍ୟକୁ ପଶିଆସିଥାଏ, ତେବେ ତାକୁ ଉଦ୍ଧାର କରାଯାଇ ଜଙ୍ଗଲ ମଧ୍ୟକୁ ଛଡାଯିବ । ଏହି ଗାଇଡଲାଇନ୍ ଅନୁଯାୟୀ କଲରାପତରିଆ ବାଘକୁ ଜଙ୍ଗଲରେ ଛାଡି ଦିଆଯାଇଛି” ।

Leave A Reply

Your email address will not be published.