ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି । ଯାହା ଆମ ପାଇଁ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ ଘଟଣାର ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା । ଏମିତିକି କିଛି ରହସମୟ ଖବର ନେଇ ଜାଣିବା ତାଞ୍ଜାନିଆର ହ୍ରଦ ଉପରେ ।
ଉତ୍ତର ତାଞ୍ଜାନିଆର ଏକ ରହସ୍ୟମୟୀ ହ୍ରଦ । ଯେଉଁ ହ୍ରଦର ପାଣିକୁ ଛୁଇଁଲେ ପଥର ପାଲଟି ଯାଉଛନ୍ତି ମଣିଷ । କେବଳ ଯେ ମଣିଷ ନୁହେଁ ସମସ୍ତ ପ୍ରକାରର ଜୀବଜନ୍ତୁ ସହ ପକ୍ଷୀ ଓ ପତଙ୍ଗ ବି ବାଦ୍ ପଡୁ ନାହାନ୍ତି । ହ୍ରଦର ଆଖପାଖରେ ବି କୌଣସି ଜନବସତିର ଚିହ୍ନବର୍ଣ୍ଣ ବି ନାହିଁ । ଏହି ବିପଦ ହ୍ରଦ ନିକଟରେ ପଡିଛି ମାଳ ମାଳ ପଥର ସବୁ । ତା ପୁଣି ବିଭିନ୍ନ ଜୀବଜନ୍ତୁଙ୍କର । ଏହାକୁ ନେଟ୍ରନ୍ ହ୍ରଦ ବୋଲି ମଧ୍ୟ କୁହାଯାଏ । । ଯାହାକି ଭୌତିକ ଶକ୍ତି ସହିତ ଜଡିତ ବୋଲି ବିଶ୍ୱାସ ରହିଛି । କେହି ଲୋକ ତାକୁ ଅଭିଶପ୍ତ ବୋଲି ମଧ୍ୟ କହିଥାନ୍ତି ।
ସେଠାରେ ଯେଉଁ କିଛି ବସତି ଥିଲା ତାହା ବି ନାହିଁ । ଲୋକେ ଭୟରେ ସ୍ଥାନ ଛାଡି ଅନ୍ୟ ଆଡେ ବସତି ସ୍ଥାପନ କରୁଛନ୍ତି । ହ୍ରଦ ଖୁବ ବିପଦଜନକ ହୋଇଥିବା ବେଳେ ଏହାର ତାପମାତ୍ରା ବେଳେ ବେଳେ ୬୦ ଡିଗ୍ରୀ ହୋଇଯାଏ ।
ତେବେ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ପାଣିରେ ସୋଡିୟମ କାର୍ବୋନେଟର ମାତ୍ରା ଅଧିକ । ତା ସହିତ ପାଣିରେ ସମାନ ମାତ୍ରାରେ ରହିଛି ଆଲକାଲିନ୍ ଓ ଏମୋନିଆ । ଯେଉଁ କାରଣରୁ ପଶୁପକ୍ଷୀଙ୍କ ମୁୃତ୍ୟୁ ପରେ ବି ତାଙ୍କର ଶରୀର ବର୍ଷ ବର୍ଷ ଧରି ସେମିତି ସୁରକ୍ଷିତ ରହିଥାଏ । ଖାଲି ସେତିକି ନୁହେଁ ଏଥିରେ ପ୍ରଚୁର ପରିମାଣର କାର୍ବନ ଡାଇଅକ୍ସାଇଡ ଓ ମିଥେନ୍ ବି ରହିଛି । ଯାହାକି ଭୂକମ୍ପ ସମୟରେ ବିସ୍ଫୋରଣ ଘଟାଇବାର ବି ସମ୍ଭାବନା ରହିଛି
ଏବେ ବି ସେହି ହ୍ରଦ ନିକଟକୁ ଯିବାକୁ ଭୟ କରୁଛନ୍ତି । ଏବେ ବି ହ୍ରଦ ନିକଟକୁ ଗଲେ ପଥର ହୋଇଯିବା ସୁନିଶ୍ଚିତ । ହେଲେ ଏନେଇ ବୈଜ୍ଞାନିକ କାରଣ ରହିଛି ନା ଏହା ଏକ ଅଭିଶପ୍ତ ହ୍ରଦ । ନା ହ୍ରଦ ନେଇ ରହିଛି ଆଉ କିଛି ରହସ୍ୟ । ଯାହାକି ଆମ ଜ୍ଞତସାର ବାହାରେ.. ..
BREAKING NEWS
- CHSE +2exam: +୨ ପରୀକ୍ଷା ପାଇଁ ତାରିଖ ଘୋଷଣା; ଫେବୃୟାରୀ୧୮ରୁ ଥିଓରି, ପ୍ରାକ୍ଟିକାଲ ଜାନୁଆରୀ…
- ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଯୌତୁକ: ସୁପ୍ରିମକୋର୍ଟ
- ଅଭ୍ୟାସ ଆରମ୍ଭ କଲେ ଶୁଭମନ ଗିଲ
- ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ..
- କୋହଲି ଖେଳିବେ ବିଜୟ ହଜାରେ ଟ୍ରଫି
- ‘ରାଜ୍ୟରେ ଘଞ୍ଚ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକୁଛି AI’
- ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ, ଧାନ ସଂଗ୍ରହ ପାଇଁ ୫ ଜିଲ୍ଲାକୁ ଦିଆଯାଇଛି ଏତିକି ଟୋକେନ..
- Stray dogs: ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଗଲେ ବାପା-ମା, ବୁଲା କୁକୁର ଦେଲେ ସୁରକ୍ଷା
- ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ, ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା
- ଭାରତର ସବୁଠୁ ମହଙ୍ଗା ହୋଟେଲରେ କେତେ ଆସିବ ବିବାହ ଖର୍ଚ୍ଚ ? ଜାଣନ୍ତୁ ଭୋଜିଠୁ ଡେକୋରେସନ ଯାଏ…
Comments are closed.