ମାଲକାନଗିରି: କାଳ ହେଲା ଲସି । ସାପ୍ତାହିକ ହାଟରୁ ଲସି ପିଇ ଶତାଧିକ ଅସୁସ୍ଥ । ମାଲକାନଗିରି ଜିଲ୍ଲାରୁ ଏଭଳି ଖବର ସାମନାକୁ ଆସିଛି । କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ୬୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି ।
ଏହି ଖବର ଜଣା ପଡ଼ିବା ପରେ ବିଭିନ୍ନ ଗାଁରେ ପହଞ୍ଚିଛି ମେଡିକାଲ୍ ଟିମ୍ । ଅସୁସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ଥିତି ଅନୁଧ୍ୟାନ କରୁଛି । ଗୁରୁତରଙ୍କୁ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଉଛି । ଅସୁସ୍ଥଙ୍କ ମଧ୍ୟରେ କିଛି ଛୋଟ ପିଲା ଥିବା ଜଣା ପଡ଼ିଛି । ଲସିରେ କଣ ପଡ଼ିଥିଲା ଓ କିଭଳି ବିଷାକ୍ତ ହେଲା ସେନେଇ ବି ଅନୁଧ୍ୟାନ ଚାଲିଛି ।
BREAKING NEWS
- ଆଜିଠାରୁ ପାଗରେ ପରିବର୍ତ୍ତନ, ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା
- ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ଆଜି ପ୍ରକାଶ ପାଇବ ଆଇସିଏସ୍ଇ ଦଶମ ଓ ଆଇଏସ୍ସି ଦ୍ୱାଦଶ ରେଜଲ୍ଟ
- ଆଜିଠୁ ଓଜେଇଇ, ମୋଟ ୬୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୬୫,୭୪୨ ଛାତ୍ରଛାତ୍ରୀ
- ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବିଜେଡି, କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହେଲେ ଜଜ୍ଞେଶ୍ୱର ବାବୁ
- ବିବାଦ ଘେରରେ ଆଇପିଏସ ଆଶିଷ ସିଂ, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି
- ବିଜେପିରେ ଯୋଗ ଦେଲେ ସାଂସଦ ମନୋଜ ତିୱାରୀଙ୍କ ଝିଅ
- ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦୀ, ଆରମ୍ଭ କଲେ ବିଶାଳ ରୋଡ ଶୋ
- ସହଜ ନୁହେଁ ସାନଖେମୁଣ୍ଡି