Latest Odisha News

BREAKING NEWS

ଭାରତୀୟଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଭାରତକୁ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଉଛନ୍ତି। ଆମେରିକା ମଧ୍ୟ ଭାରତୀୟଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ଘୋଷଣା କରାଯାଇଛି। ତେବେ ଏହି ପ୍ରତିବନ୍ଧକରୁ କେତେକ ବର୍ଗର ଛାତ୍ର, ଏକାଡେମିକ୍, ସାମ୍ବାଦିକ ବ୍ୟକ୍ତିବିଶେଷଙ୍କୁ ମୁକ୍ତ କରାଯାଇଛି ବୋଲି ଆମେରିକା ବୈଦେଶିକ ବିଭାଗ କହିଛି।

ଆସନ୍ତା ୪ ତାରିଖରୁ ଭାରତରୁ ଯାତ୍ରା ଉପରେ ପ୍ରତିବନ୍ଧକ ନେଇ ଆମେରିକା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ବୈଦେଶିକ ବିଭାଗ ଅନୁଯାୟୀ, ବ୍ରାଜିଲ, ଚୀନ୍, ଇରାନ କିମ୍ବା ଦକ୍ଷିଣ ଆଫ୍ରିକାର କେତେକ ବର୍ଗର ଯାତ୍ରୀଙ୍କ ପାଇଁ ଏହି ନିୟମ କୋହଳ କରାଯାଇଛି।

Comments are closed.